ରାଶିଫଳ

Dec 14, 2024 - 11:31
 0  6
ରାଶିଫଳ
ମେଷ
 ପରିବାରର ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ମାନସିକ ସୁସ୍ଥତା ରହିବ ନାହିଁ। ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ କର୍ମ କରିଚାଲିଲେ ଉପକୃତ ହେବେ । ମାତ୍ରାଧିକ ଭ୍ରମଣ ଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହେବାର ଆଶଙ୍କା ରହିଛି।
ବୃଷ
ଅଭାବ ପୂରଣ ଦିଗରେ ଆତ୍ମୀୟଙ୍କ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବ। ଆନୁଷ୍ଠାନିକ କାର୍ଯ୍ୟ ସାମାଜିକ ସ୍ତରରେ ପ୍ରତିଷ୍ଠା ଓ ପ୍ରଶଂସା ପ୍ରଦାନ କରିପାରେ । ପାରିବାରିକ ଜୀବନରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଖୁସି ହେବେ। ଯାନବାହନ କ୍ରୟ, ଗୃହ ନିର୍ମାଣ, ନୂତନ ବନ୍ଧୁ ସମ୍ପର୍କ ଦିଗରେ ତପତ୍ର ରହିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ ପ୍ରଭୃତି ଦିଗରୁ ଅନୁକୂଳ ଫଳ ପାଇବେ। 
କର୍କଟ
 ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଶିଳ୍ପ, ଗୃହ ନିର୍ମାଣ, ପରିବହନ, ବାଣିଜ୍ୟ ଏବଂ ଯୋଗାଣ କାରବାରରେ ଉନ୍ନତି କରିବେ। ବିବାଦୀୟ ଘଟଣା, କଚେରି ମମଲା, ଜମିଜମା କାରବାର ଓ ଚୁକ୍ତିପତ୍ର ସମ୍ପର୍କୀୟ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ସି˚ହ
 କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ମଘା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ଆଶଙ୍କା ରହିଛି।
କନ୍ୟା

କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ସୁସମ୍ପର୍କ ଓ ସମ୍ମାନ, ପ୍ରଶଂସା ପାଇ ମନ ଖୁସି ରହିବ। ସାମାନ୍ୟ ବିଳମ୍ବରେ ଅଭିଳଷିତ ଜିନିଷଟି ପାଇବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ହଠାତ୍‍ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେବ। ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ, ପରିବହନ, କ୍ରୟବିକ୍ରୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ।
ତୁଳା

ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପାରିବାରିକ ଜୀବନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁ ମିଳନ ଘଟିବ। ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ସଭାସମିତିରେ ନିଷ୍ପତ୍ତି ବଦଳାଇବା ଫଳରେ ଅପ୍ରୀତିକର ପରିସ୍ଥିତିର ସାମ୍‍ନା କରିବେ।
ବିଛା
ସଭାସମିତି, ମନୋରଞ୍ଜନ କାର୍ଯ୍ୟକ୍ରମ, ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବିଶାଖା ନକ୍ଷତ୍ର ଆଜିର ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ।
ଧନୁ
 ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କଲେ ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍‍ ବିଶେଷ ଶ୍ରମ ଓ ଭ୍ରମଣ କରିବା ଠିକ୍‍ ହେବନାହିଁ। ଲେଖାପଢ଼ା ତଥା ସାମ୍ବାଦିକତା, ପ୍ରକାଶନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ଲୋଡ଼ିବାକୁ ପଡ଼ିବ। ଧନିଷ୍ଠା ନକ୍ଷତ୍ରର ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ଦେଖାଦେଇପାରେ।
କୁମ୍ଭ
ଶତଭିଷା ନକ୍ଷତ୍ର ସକାଶେ ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ତାହା ଉପଭୋଗ୍ୟ ହୋଇ ନ ପାରେ। ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନ
 ଦିନଟିରେ ଅର୍ଥଲାଭ, ସ୍ବାଦିଷ୍ଟ ଭୋଜନ, ବନ୍ଧୁଙ୍କ ଆଦରସୋହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ ।

What's Your Reaction?

like

dislike

love

funny

angry

sad

wow