ରାଶିଫଳ

Jul 21, 2024 - 14:04
 0  4
ରାଶିଫଳ
ମେଷ

 କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟିର ସମ୍ଭାବନା ରହିଛି। ଭ୍ରାତୃ ସମ୍ପର୍କ, ଅର୍ଥପ୍ରାପ୍ତି, ଯାତ୍ରା ଓ ଆଲୋଚନା ସାମୟିକ ବାଧାପ୍ରାପ୍ତ ହୋଇପାରେ।
ବୃଷ

ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟକୁ ଭଲ ରଖିବା ସହ ପାରିବାରିକ ଜୀବନକୁ ଆନନ୍ଦମୁଖର କରାଇବେ।
ମିଥୁନ

 ଆଜି ଭ୍ରମଣ, ରାଜନୀତି, ପ୍ରଶାସନ, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ବହୁତ ଭଲ। ଅପରାହ୍ନେ ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବେ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ସଫଳତା ହାସଲ କରିବେ।
କର୍କଟ

ରାଶ୍ୟାଧିପ ଷଷ୍ଠ ସ୍ଥାନ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଜନିତ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ରହିପାରିବେ ନାହିଁ। କର୍ମକ୍ଷେତ୍ରରେ ସାଧାରଣ କଥାରୁ ସହକର୍ମୀଙ୍କ ସହ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ରହିଛି। 
ସି˚ହ
ପାରିବାରିକ କ୍ଷେତ୍ରରେ ପୂର୍ବରୁ ରହିଥିବା ବ୍ୟତିକ୍ରମକୁ ନେଇ ଚିନ୍ତିତ ରହିବେ। ଦ୍ୱାଦଶସ୍ଥ ଶୁକ୍ର ଯୋଗୁ ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
କନ୍ୟା

ମଙ୍ଗଳଙ୍କ ଦୋଷରୁ ସମ୍ପର୍କୀୟଙ୍କ ବିରୋଧ କାରଣରୁ ବିଚାର ବିଗିଡ଼ି ଯାଇପାରେ। ପୂର୍ବ ବିବାଦକୁ କେନ୍ଦ୍ର କରି ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବୃଦ୍ଧି ପାଇବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିପାରେ। 
ତୁଳା
କର୍ମସ୍ଥାନରେ ରାଶ୍ୟାଧିପତି ଅବସ୍ଥାନ କରି ପ୍ର୍ରତ୍ୟେକ କ୍ଷେତ୍ରରେ କାମ ହାସଲ କରାଇବେ। ସମୟ ଓ ପରିସ୍ଥିତିକୁ ନେଇ ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ। ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। 
ବିଛା

ଅଟକି ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ରାଜନୀତି, ଆଇନ, ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ

 ତଥାପି କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ଆକର୍ଷିତ କରାଇ କାମ ହାସଲ କରିପାରିବେ। ଆଜି ଫେରିବା ରାସ୍ଥାରେ ଜଣେ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ।
ମକର

ସପ୍ତମସ୍ଥ ରବି କର୍ମାଧିପଯୁକ୍ତ କାରଣରୁ ବିବାଦୀୟ ପରିସରରୁ ଦୂରେଇ ରହିବା ଭଲ ହେବ। କୌଣସି ଅପରିଚିତ ବ୍ୟକ୍ତି ଦ୍ୱାରା ସ୍ଥଗିତ ରହି ଯାଇଥିବା କାମ ସମ୍ପୂର୍ଣ୍ଣ କରିପାରନ୍ତି। ଶିଳ୍ପ, କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ।
କୁମ୍ଭ

ଆନୁଷ୍ଠାନିକ କାର୍ଯ୍ୟ, ବନ୍ଧୁ, ସହକର୍ମୀ, ପଡ଼ୋଶୀଙ୍କ ପାଇଁ ଅନୁକୂଳ ସ୍ଥିତିର ଉତ୍ପର୍ଣ୍ଣ ହୋଇପାରେ। ପାରିବାରିକ, ବ୍ୟବସାୟିକ, ସାମାଜିକ, ନୂତନ ପ୍ରକଳ୍ପ, ସମ୍ପର୍କୀୟ ଯୋଜନାକୁ କାର୍ଯ୍ୟକାରୀ କରାଇନେବେ।
ମୀନ

ସାମଗ୍ରିକ କ୍ଷେତ୍ରରେ ସମସ୍ତ ପ୍ରକାରର ସାହାଯ୍ୟ ପ୍ରାପ୍ତ କରାଇ ସହଜରେ କାମ ହାସଲ କରାଇବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ଦୂରଯାତ୍ରା, ବ୍ୟବସାୟ, ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ।

What's Your Reaction?

like

dislike

love

funny

angry

sad

wow