ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗୀର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ  

Aug 14, 2024 - 16:19
 0  3
ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗୀର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ  

ବିଲ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗୀର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ  ଅସିମ ଅଂଶୁମାନ ନାୟକ । ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର ବିଲ କରେଇବା ପାଇଁ ଚାଳିଶ ହଜାର ଟଙ୍କା ମାଗିଥିଲେ ଲାଞ୍ଚ । ଏନେଇ ତପନ ଭିଜିଲାନ୍ସ ବିଭାଗର ହୋଇଥିଲେ ଦ୍ୱାରସ୍ଥ। ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ । ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଟିମ ମିଳିତ ଭାବରେ କରିଥିଲେ ଚଢ଼ଉ । ବଲାଙ୍ଗୀର ଅଫିସ, ଓ ସୂର୍ଯ୍ୟନଗର ଭଡା ଘର ଏବଂ ସମ୍ବଲପୁର ଘରେ ଜାରିରହିଛି ଚଢ଼ଉ । ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଥିବା ମିଳିଛି ସୂଚନା  । 

What's Your Reaction?

like

dislike

love

funny

angry

sad

wow