ଲୁଚି ଲୁଚି ଏହି ବଲିଉଡ଼ ତାରକାଙ୍କୁ ଡ଼େଟ୍ କରୁଛନ୍ତି ସେହେନାଜ

Jul 1, 2024 - 18:30
 0  2
ଲୁଚି ଲୁଚି ଏହି ବଲିଉଡ଼ ତାରକାଙ୍କୁ ଡ଼େଟ୍ କରୁଛନ୍ତି ସେହେନାଜ

'ବିଗ୍ ବସ୍ ୧୩'ରେ ସମଗ୍ର ଦେଶକୁ ପ୍ରଭାବିତ କରିଥିବା ଶେହନାଜ୍ ଗିଲ୍ ବର୍ତ୍ତମାନ କେବଳ ପଞ୍ଜାବରେ ନୁହେଁ ବଲିଉଡରେ ମଧ୍ୟ ଖୁବ୍ ଜଣାଶୁଣା । ତେବେ, କାର୍ଯ୍ୟ ଅପେକ୍ଷା ଅଭିନେତ୍ରୀ ତାଙ୍କ ପ୍ରେମ ଜୀବନ ପାଇଁ ସେ ଚର୍ଚ୍ଚାରେ । ଗତ କିଛି ଦିନ ହେବ ଖବର ଆସୁଥିଲା ଯେ ଶେହନାଜ ଡେଟ କରୁଛନ୍ତି ପଞ୍ଜାବୀ ଗାୟକ ତଥା ଅଭିନେତା ଗୁରୁ ରାନ୍ଧୱାଙ୍କୁ । କିନ୍ତୁ ବର୍ତ୍ତମାନ ଏହା ପ୍ରକାଶ ପାଇଛି ଯେ ଶେହାନାଜ ଗୁପ୍ତରେ ଡେଟ କରୁଛନ୍ତି ଆଉ ଜଣେ ବଲିଉଡ ଅଭିନେତାଙ୍କୁ । ବାସ୍ତବରେ, ଟାଇମ୍ସ ନ୍ୟୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶେହାନାଜ ଗିଲ ବଲିଉଡ ଅଭିନେତା ତଥା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ରାଘବ ଜୁୟାଲଙ୍କ ସହ ରଖିଛନ୍ତି ସମ୍ପର୍କ । ଉଭୟ କିଛି ମାସ ହେବ ଡେଟ କରୁଛନ୍ତି ପରସ୍ପରକୁ । ଶେହନାଜ ଏବଂ ରାଘବ ନିଜ ସମ୍ପର୍କକୁ ଏତେ ଗୁପ୍ତ ରଖିଛନ୍ତି ଯେ ସେମାନେ ଏକାଠି ନ ଦେଖାଯିବା ପାଇଁ ଚେଷ୍ଟା କରନ୍ତି। ତେବେ, ଏହି ଖବରରେ କେତେ ସତ୍ୟତା ରହିଛି ତାହା ସେତେବେଳେ ଜଣା ପଡ଼ିବ ଯେତେବେଳେ ଏହା ଉପରେ ଶେହେନାଜ ଏବଂ ରାଘବ ପ୍ରତିକ୍ରିୟା ରଖିବେ । 

What's Your Reaction?

like

dislike

love

funny

angry

sad

wow