ବାପା ହେଲେ ବରୁଣ ଧାୱାନ
ବାପା ହୋଇଛନ୍ତି ବଲିଉଡ ଅଭିନେତା ବରୁଣ ଧାୱନ । ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି । ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ ଏବଂ ବୋହୂଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ଡାକ୍ତରଖାନାରେ । ନତାଶାଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବରୁଣ ଧାୱନଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ବରୁଣ ଧାୱନ ୧୮ ଫେବୃଆରୀ ୨୦୨୪ରେ ନତାଶାଙ୍କ ଗର୍ଭଧାରଣ ବିଷୟରେ ଏକ ଖୁସି ଖବର କରିଥିଲେ ଶେୟାର । ଏଥିରେ ସେ ନତାଶାଙ୍କ ବେବିବମ୍ପକୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ।ବରୁଣ ଧାୱନ ଏବଂ ନତାଶା ଡାଲାଲ ପରସ୍ପରର ପିଲାଦିନର ବନ୍ଧୁ ଥିଲେ। ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ ଏବଂ ଜାନୁଆରୀ ୨୪, ୨୦୨୧ରେ ବିବାହ କରିଥିଲେ।
What's Your Reaction?