ସପିଂ ମହଲରେ ଅଗ୍ନିକାଣ୍ଡ : ଚାଲିଗଲା ୧୬ ଜଣଙ୍କ ଜୀବନ

Jul 18, 2024 - 13:48
 0  3
ସପିଂ ମହଲରେ ଅଗ୍ନିକାଣ୍ଡ :  ଚାଲିଗଲା ୧୬ ଜଣଙ୍କ ଜୀବନ

ସପିଂ ମହଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ ।ଏଥି​‌ରେ ୧୬ ଜଣଙ୍କ ହୋଇଛି ମୃତ୍ୟୁ। ଚୀନ୍‌ର ଦକ୍ଷିଣ-ପଶ୍ଚିମ ସହର ଜିଗୋଙ୍ଗର ଏକ ସପିଂ ମହଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜଣ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ଏକ ୧୪ ମହଲା ବ୍ୟବସାୟିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ମିଳିଥିଲା ଖବର। ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବାହାରକୁ ବାହାର କରିଥିଲେ ମଧ୍ୟ ସେଠାରେ କେତେ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଭୋର ୩ଟା ପର୍ଯ୍ୟନ୍ତ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।

What's Your Reaction?

like

dislike

love

funny

angry

sad

wow