ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ

Aug 29, 2024 - 11:28
 0  1
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା ।ବୁଧବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର ।  ରାସ୍ତାରେ କିଛି ଗୋରୁ ଶୋଇଥିବାବେଳେ ଦ୍ରୁତ ଗତି ଯାଉଥିବା ଏକ ଘରୋଇ ବସ୍ ଚଢିଯାଇଛି। ରାଜରାସ୍ତାରେ ପଡିରହିଛି ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକମାନେ ଜାରି ରଖିଛନ୍ତି ଉଦ୍ୟମ। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଛି ଉତ୍ତେଜନା । ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜାରି ରଖିଛି ଅଧିକ ତଦନ୍ତ । ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଜାରି ରଖିଛନ୍ତି ଉଦ୍ୟମ l 

What's Your Reaction?

like

dislike

love

funny

angry

sad

wow