ଅଳକାଙ୍କୁ ହୋଇଛି ସେନ୍ସର ନ୍ୟୁରାଲ ନର୍ଭ ହିୟରିଂ ଲସ୍ ଭଳି ରୋଗ
ବଲିଉଡ୍ ଜଗତର ଖ୍ୟାତନାମା ସିଙ୍ଗର ଅଳକା ୟାଗନିକ୍ ହୋଇଛନ୍ତି ଏକ ରୋଗର ଶିକାର। ସୋସିଆଲ ମିଡିଆରେ ଏ ନେଇ ସେ ସୂଚନା ଦେଇଛନ୍ତି । ଅଳକା ଲେଖିଛନ୍ତି ଯେ ତାଙ୍କ କାନରେ ସମସ୍ୟା ରହିଛି । ତେଣୁ ତାଙ୍କୁ ଭଲରେ ଶୁଣାଯାଉନାହିଁ । ବର୍ତ୍ତମାନ ସେ ଏହି ରୋଗରୁ ଧିରେ ଧିରେ ଭଲ ହେଉଛନ୍ତି । ତାଙ୍କୁ ଏକ ଭାଇରାଲ୍ ଆଟାକ୍ ହେବାପରେ ଏପରି ରୋଗ ଦେଖାଦେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅଳକାଙ୍କୁ ସେନ୍ସର ନ୍ୟୁରାଲ ନର୍ଭ ହିୟରିଂ ଲସ୍ ଭଳି ରୋଗ ହୋଇଥିବା ଡାକ୍ତର କହିଛନ୍ତି ।
What's Your Reaction?