ଆଇସିସିର ନୂଆ ରାଙ୍କିଙ୍ଗ୍ର ରେ ଭାରତୀୟ ଖେଳାଳିଙ୍କ ବଡ ସଫଳତା
ଆଇସିସିର ନୂଆ ରାଙ୍କିଙ୍ଗ୍ ତାଲିକାରେ ଭାରତୀୟ ଖେଳାଳିଙ୍କୁ ମିଳିଛି ବଡ ସଫଳତା। ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ, ଟପ-୧୦ରେ ପ୍ରବେଶ କରିଛନ୍ତି ଯୁବ ଖେଳାଳି ତିଲକ ବର୍ମା। ତେବେ ୬୯ଟି ସ୍ଥାନ ଉପରକୁ ଉଠି ଟପ୍-୧୦ରେ ପ୍ରବେଶ କରିଛନ୍ତି ତିଲକ୍ ।ନିକଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା,ଯାହା ପରେ ସେ ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଉ ନେପାଳର ଦୀପେନ୍ଦ୍ର ସିଂଙ୍କୁ ହଟେଇ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ କରିଛନ୍ତି ଅକ୍ତିଆର । ଏବେ ନେପାଳର ଦୀପେନ୍ଦ୍ର ସିଂ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ୍ ।ସେପଟେ ଟି-୨୦ ବ୍ୟାଟିଂ ତାଲିକାରେ ଏକ ନମ୍ବର ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଫିଲ୍ ସଲ୍ଟ ଥିବାବେଳେ, ତୃତୀୟ ସ୍ଥାନକୁ ଲମ୍ବା ଲମ୍ଫ ପ୍ରଦାନ କରିଛନ୍ତି ତିଲକ୍ ବର୍ମା । ତାଙ୍କ ପଛକୁ ରହିଛନ୍ତି ଭାରତର ଟି-୨୦ ଅଧିନାୟକ ସୂର୍ୟ୍ୟକୁମାର ଯାଦବ । ସେହିପରି ପାକିସ୍ତାନୀ ଖେଳାଳି ବାବର ଆଜମ୍, ମହମ୍ମଦ ରିଜଓ୍ୱାନ୍ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଥିବାବେଳେ ୮ମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସଓ୍ୱାଲ ।
What's Your Reaction?