ଋଷଭ ପନ୍ତ ହେବେ ଅଧିନାୟକ

Jan 16, 2025 - 17:14
 0  2
ଋଷଭ ପନ୍ତ ହେବେ ଅଧିନାୟକ

ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଜାରି ରହିଛି ଚର୍ଚ୍ଚା।ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ କରାଯାଉଛି ଆଲୋଚନା। ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି। ଏହା ପୂର୍ବରୁ ପନ୍ତଙ୍କୁ ମିଳିଛି ଦଳର ନେତୃତ୍ୱ ଦାୟିତ୍ୱ। ଜାତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ରିକେଟ ଟିମର ଅଧିନାୟକ ଭାବେ ତାଙ୍କୁ  ମିଳିଛି ନିଯୁକ୍ତି। ରଣଜୀ ଟ୍ରଫିର ଆଗାମୀ ମୁକାବିଲାରେ ତାଙ୍କୁ ଦେଖିବାକୁ ମିଳିବ ଏହି ଭୂମିକାରେ।ରଣଜୀ ଟ୍ରଫିର ଗ୍ରୁପ୍‌ ପର୍ଯ୍ୟାୟ ୨୩ ଜାନୁଆରୀରୁ ପୁଣି ଥରେ ହେଉଛି ଆରମ୍ଭ। ଦିଲ୍ଲୀ ସୌରାଷ୍ଟ୍ର ବିପକ୍ଷରେ ଖେଳିବ ଏହାର ପରବର୍ତ୍ତୀ ମ୍ୟାଚ। ଜାନୁଆରୀ ୧୭, ଶୁକ୍ରବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ଚୟନ କମିଟି ଘୋଷଣା କରିବେ ଏହି ମ୍ୟାଚ୍‌ ପାଇଁ ଦଳ।  

What's Your Reaction?

like

dislike

love

funny

angry

sad

wow