ଚମକାଇଲେ ପନ୍ତ

Jan 18, 2025 - 13:53
 0  3
ଚମକାଇଲେ ପନ୍ତ

 ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟ ମ୍ୟାଚ। ନିଷ୍ପତ୍ତି ନିଆଯାଇଛି ଯେ ରିଷଭ ପନ୍ତ ଏବେ ଦିଲ୍ଲୀ ପାଇଁ ଖେଳିବେ ଘରୋଇ ମ୍ୟାଚ, ଯେଉଁମାନେ ପରବର୍ତ୍ତୀ ମୁକାବିଲାରେ ସୌରାଷ୍ଟ୍ରକୁ ଭେଟିବେ। ଗତ ଶୁକ୍ରବାର ଡିଡିସିଏ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଘୋଷଣା କରାଯାଇଥିଲା ଯେ ରିଷଭ ପନ୍ତ ଦିଲ୍ଲୀ ଦଳର ଅଧିନାୟକ ହେବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପନ୍ତ ନିଜେ କହିଥିଲେ ଯେ ଯୁବ ଖେଳଳିଙ୍କୁ ଅଧିନାୟକ ଭାବରେ ବଜାୟ ରଖିବା ଉଚିତ୍‌। ଏହା କୌଣସି ଉଦାହରଣଠାରୁ କମ ନୁହେଁ ଯେ ଜଣେ ବରିଷ୍ଠ ଖେଳାଳି ନିଜେ ଜଣେ ଯୁବ ଖେଳାଳିଙ୍କୁ ଅଧିନାୟକ ରଖିବା ପାଇଁ ସମର୍ଥନ କରିଛନ୍ତି।ଗତ ୭ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ରିଷଭ ପନ୍ତ ରଣଜୀ ମ୍ୟାଚ ଖେଳିବେ। ରିପୋର୍ଟ ଅନୁସାରେ, ପନ୍ତ ଅଧିନାୟକ ପଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି କାରଣ ସେ ଦିଲ୍ଲୀ ଦଳର ନିୟମିତ ଅଂଶ ନୁହଁନ୍ତି ଏବଂ ମ୍ୟାନେଜମେଣ୍ଟ ତାଙ୍କ ପାଇଁ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ କହି ରଖୁଛୁ ଯେ ପନ୍ତ ତାଙ୍କ କ୍ୟାରିୟରରେ ୫ ଟି ଟି-୨୦ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ କରିଛନ୍ତି, ଏହା ବ୍ୟତୀତ ତାଙ୍କର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିବାର ବହୁତ ଅଭିଜ୍ଞତା ଅଛି। ସୌରାଷ୍ଟ୍ର ବିପକ୍ଷ ମ୍ୟାଚରେ ତାଙ୍କ ଅଭିଜ୍ଞତାର ଫାଇଦା ଉଠାଇବାକୁ ଡିଡିସିଏ ଚାହୁଁଥିଲା, କିନ୍ତୁ ପନ୍ତ ଅଧିନାୟକତ୍ୱ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

What's Your Reaction?

like

dislike

love

funny

angry

sad

wow