ଜଳପରୀ ହେଇପାରେ ଏକ କାଳ୍ପନିକ ଚରିତ୍ର

ଜଳପରୀ ହେଇପାରେ ଏକ କାଳ୍ପନିକ ଚରିତ୍ର। କିନ୍ତୁ ଏହା ସବୁବେଳେ ମଣିଷ ଲାଗି କୌତୁହଳର ବିଷୟ ରହି ଆସିଛି। ତାକୁ ନେଇ କେତେ କାହାଣୀ ବି ରଚନା କରାଯାଇଛି। ଏହି କୌତୁହଳକୁ ନଜରରେ ରଖି ଏବେ ଜଳପରୀକୁ ପେସା କରାଯାଇଛି। କିଛି ସୁନ୍ଦରୀ ଯୁବତୀ ଜଳପରୀ ଭଳି ପୋଷାକ ପିନ୍ଧି ସମୁଦ୍ର କୁଳ, ବଡ଼ ବଡ଼ ଆକ୍ୱାରିୟମ୍ ମଧ୍ୟରେ ଜଳପରୀ ଭଳି ପହଁରି ଲୋକଙ୍କର ମନୋରଞ୍ଜନ କରୁଛନ୍ତି। ଇଂଲଣ୍ଡର ୩୩ ବର୍ଷୀୟା ମସ୍ ଗ୍ରୀନ୍ ବି ସେମିତି ଜଣେ ପେସାଦାର ଜଳପରୀ। ସେ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। ହେଲେ ଜଳପରୀ ହେବାର ନିଶା ଲାଗି ସେ ନିଜର ଚାକିରି ଛାଡିଦେଲେ। ସେଥିପାଇଁ ଏକ କୋର୍ସ ବି କଲେ। ଦୁଇ ବର୍ଷ ପରେ ତାଙ୍କୁ ଜଳପରୀର ଚାକିରି ମିଳିଲା। ହେଲେ ଶିକ୍ଷକତାରେ ଯେତିକି ପ୍ରାପ୍ୟ ମିଳୁଥିଲା ତା’ଠୁ କମ୍ ପ୍ରାପ୍ୟ ମିଳିଲା। ତଥାପି ତାଙ୍କ ମନରେ ଦୁଃଖ ନାହିଁ। କାରଣ ସେ ଏବେ ସେଇ କାମ କରୁଛନ୍ତି ଯେଉଁ କାମକୁ ସେ ଭଲ ପାଆନ୍ତି।
What's Your Reaction?






