ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍ ସିରିଜକୁ ଦର୍ଶକଙ୍କର ବେଶ୍ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ଦର୍ଶକଙ୍କୁ ନିଜ ଅଭିନୟର ଜଲଓ୍ବା ଦେଖାଇ ସଫଳତା ପାଇଛନ୍ତି। ଫିଲ୍ମ ସମୀକ୍ଷକଙ୍କ ମତରେ ‘ପଞ୍ଚାୟତ’ ସିରିଜର ଏହି ତୃତୀୟ ପାର୍ଟ ଲୋକପ୍ରିୟତାରେ ଏହାର ପୂର୍ବ ୨ଟି ପାର୍ଟକୁ ଟପିଯାଇଛି ।ପ୍ରାୟ ୬୦ରୁ ୮୦ କୋଟିର ବଜେଟରେ ‘ପଞ୍ଚାୟତ ୩’ ସିରିଜ ନିର୍ମିତ ହୋଇଛି। ଏହି ସିରିଜରେ ଅଭିନେତା ଜିତେନ୍ଦ୍ର କୁମାରଙ୍କ ଫିସ୍ ସମୁଦାୟ ୫ ଲକ୍ଷ ୬୦ ହଜାର ଟଙ୍କା ଥିବା ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଅଭିନେତ୍ରୀ ନୀନା ଗୁପ୍ତାଙ୍କ ମୋଟ ପାରିଶ୍ରମିକ ୪ ଲକ୍ଷ ଟଙ୍କା ରହିଛି। ଅଭିନେତା ରଘୁବୀର ଯାଦବଙ୍କ ଫିସ୍ ୩ ଲକ୍ଷ ୨୦ ହଜାର ଟଙ୍କା ରହିଛି।
ସୂଚନାଯୋଗ୍ୟ, ୨୦୨୦ରେ ‘ପଞ୍ଚାୟତ’ ଓ୍ବେବ ସିରିଜର ପ୍ରଥମ ସିଜନ ମୁକ୍ତିଲାଭ କରିଥିଲା। ୨୦୨୨ରେ ଏହାର ଦ୍ୱିତୀୟ ପାର୍ଟ ‘ପଞ୍ଚାୟତ ୨’ ରିଲିଜ୍ ହୋଇଥିଲା।
What's Your Reaction?






