ଦୀର୍ଘ ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ

ଦୀର୍ଘ ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ। ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍ କରିବ ବୋଲି ଲକ୍ଷ୍ୟ ରଖିଥିଲା ବିଜେପି। କିନ୍ତୁ ବିଜେପିର ଏହି ଲକ୍ଷ୍ୟକୁ ଧୂଳିସାତ୍ କରିଦେଇଛି କଂଗ୍ରେସ। ବିଜେପିର ରେଖା ଚୌଧାରୀଙ୍କୁ ହରାଇ କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠାରେ ହୋଇଛନ୍ତି ବିଜୟୀ। ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି କଂଗ୍ରେସ।ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି। ସେହିପରି ବିଜେପି ଖାତାକୁ ୧୪ଟି ଆସନ ଅସିଥିବା ବେଳେ ଅନ୍ୟାନ ୩ଟିରେ ବିଜୟୀ ହୋଇଛି। ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍ କରିବ ବୋଲି ଲକ୍ଷ୍ୟ ରଖିଥିଲା ବିଜେପି। କିନ୍ତୁ ବିଜେପିର ଏହି ଲକ୍ଷ୍ୟକୁ ଧୂଳିସାତ୍ କରିଦେଇଛି କଂଗ୍ରେସ। ବିଜେପିର ରେଖା ଚୌଧାରୀଙ୍କୁ ହରାଇ କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠାରେ ହୋଇଛନ୍ତି ବିଜୟୀ। ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି କଂଗ୍ରେସ।ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି। ସେହିପରି ବିଜେପି ଖାତାକୁ ୧୪ଟି ଆସନ ଅସିଥିବା ବେଳେ ଅନ୍ୟାନ ୩ଟିରେ ବିଜୟୀ ହୋଇଛି।
What's Your Reaction?






