ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍

ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ୪ଜଣ ସ୍ପିନରଙ୍କୁ ନେଇ ଖେଳିବ ଭାରତ । ପଡ଼ିଆ ଭିନ୍ନ ହେଲେ ମଧ୍ୟ ବିପକ୍ଷ ସମାନ । ୨୦୨୩ ବିଶ୍ବକପର ବଦଲା ନେବାକୁ ପ୍ରସ୍ତୁତ ରହିଛି ଭାରତୀୟ ଦଳ । ଯାହାକୁ ନେଇ ପ୍ରତିଟି ଭାରତୀୟଙ୍କ ହାର୍ଟବିଟ୍ ଧକ୍ ଧକ୍ କରିବା ଆରମ୍ଭ କରିସାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ। ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ଫାଇଦା ଦେଇପାରେ।
What's Your Reaction?






