ଭାରତ-ୟୁରୋପ ଚୁକ୍ତିକୁ ଦେଖି ସହିପାରୁନି ଆମେରିକା
ୟୁରୋପୀୟ ସଙ୍ଘ ସହ ଭାରତ ସରକାରଙ୍କ ବଡ ଚୁକ୍ତି ସ୍ୱାକ୍ଷରିତ ପରେ ବିଶ୍ୱ ଦରବାରରେ ବଢିଛି ଭାରତର ଦବଦବା । ଆଗାମୀ ଦିନରେ ଦେଶର ଅର୍ଥନୀତି ଅଧିକ ମଜବୁତ ହେବା ସହ ବୃଦ୍ଧି ପାଇବ ରପ୍ତାନୀ । ନୂଆ ନିଯୁକ୍ତି ସୁଯୋଗ ମଧ୍ଯ ହେବ ସୃଷ୍ଟି ।ତେବେ ଏସବୁ ମଧ୍ୟରେ ଭାରତର ଉନ୍ନତି ଦେଖି ସହିପାରୁନି ଆମେରିକା । ୟୁରୋପ ସହ ଭାରତ କରିଥିବା ମଦର୍ ଅଫ୍ ଅଲ୍ ଡିଲ୍ସକୁ ନୈରାଶ୍ୟଜନକ ବୋଲି କହିଛନ୍ତି ଆମେରିକାର ଟ୍ରେଜରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ୍ ।ସେ କହିଛନ୍ତି ଯେ, ୟୁରୋପ ଯାହା କରିଛି ତାହା ଠିକ୍ ନୁହେଁ । ଏହା ନିଜର ବ୍ୟବସାୟିକ ସ୍ୱାର୍ଥକୁ ପୂରଣ କରିବା ପାଇଁ ରାଜନୈତିକ ସ୍ୱାର୍ଥକୁ ଦେଇଦେଇଛି ଜଳାଞ୍ଜଳି ।ସିଏନବିସିକୁ ସାକ୍ଷାତକାର ଦେଇ ବେସେଣ୍ଟ୍ କହିଛନ୍ତି ଯେ, ଭାରତକୁ ଅନେକ କିଛି କ୍ରୟ କରୁଛନ୍ତି ୟୁରୋପୀୟ ଦେଶ । ଯାହାକୁ ଋଷିଆରୁ ତୈଳ କିଣି ପ୍ରସ୍ତୁତ କରୁଛି ଭାରତ । ଅଧିକ ଶୁଳ୍କ କାରଣରୁ ଆମେରିକା ସହ ଚୁକ୍ତି କରିବା ପାଇଁ ପଛଘୁଞ୍ଚା ଦେଇଛି ୟୁରୋପ । ଭାରତରୁ ଶସ୍ତାରେ ମିଳୁଥିବା ଜିନିଷ ହୋଇପାରେ ଏହାପଛର କାରଣ ।ତେବେ ସେମାନେ ତାଙ୍କ ପାଇଁ ଯାହା ଭଲ କରନ୍ତୁ । କିନ୍ତୁ ଯେଉଁ ଚୁକ୍ତି ହୋଇଛି ତାହା ଠିକ୍ ନୁହେଁ ବୋଲି କହିଛନ୍ତି ବେସେଣ୍ଟ୍ ।
What's Your Reaction?