ମକର ସଂକ୍ରାନ୍ତି ହିନ୍ଦୁ ମାନଙ୍କର ଏକ ବଡ଼ ପର୍ବ

ମକର ସଂକ୍ରାନ୍ତି ହିନ୍ଦୁ ମାନଙ୍କର ଏକ ବଡ଼ ପର୍ବ

ଆଜି ବଡ଼ ହିନ୍ଦୁ ପର୍ବ ମକର ସଂକ୍ରାନ୍ତି ଯାହାକି ଦେଶର ବିଭିନ୍ନ ଅଞ୍ଚଳରେ  ପାଳନ କରାଯାଏ ଅଲଗା ଅଲଗା ନାମରେ l କର୍ଣ୍ଣାଟକ, ତାମିଲନାଡୁ ଆନ୍ଧ୍ର, ଏବଂ କେରଳରେ ପୋଙ୍ଗଲ, ହରିୟାଣାରେ ମାଘି, ଗୁଜରାଟ ଏବଂ ରାଜସ୍ଥାନରେ ଉତ୍ତରାୟଣ, ଉତ୍ତରାଖଣ୍ଡର ଉତ୍ତରାୟଣି, ଉତ୍ତରପ୍ରଦେଶ ଏବଂ ବିହାରରେ ଖିଚିଡି ନାମରେ ମଧ୍ୟ ଜଣାଶୁଣା।ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ପାଳନ କରନ୍ତି ଏହିପର୍ବ।

ମକର ସଂକ୍ରାନ୍ତି ବିଷୟରେ ପୁରାଣ ପୃଷ୍ଟାରେ ରହିଛି ଅନେକ କାହାଣୀ ଓ ତଥ୍ୟ ।

ଏହି ଦିନ ଭଗବାନ ଭାସ୍କର ନିଜ ପୁତ୍ର ଶନିଙ୍କୁ ଭେଟିବାକୁ ସ୍ୱଂୟ ତାଙ୍କ ଘରକୁ ଯାଇଥାନ୍ତି ପରିଦର୍ଶନରେ । ଏହା ବି କୁହାଯାଏ ଯେ ମକର ସଂକ୍ରାନ୍ତି ଦିନ ହିଁ ଗଙ୍ଗା, ରାଜା ଭାଗିରଥୀଙ୍କ ପଛେ ପଛେ ଯାଇ କପିଳ ମୁନିଙ୍କ ଆଶ୍ରମ ବାଟ ଦେଇ ଲିନ ହୋଇଥିଲେ ସାଗରରେ  । ପୁଣି ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଏହି ଦିନ କରିଥିଲେ ବ୍ରତ । ଏଥିସହ ମହାଭାରତ ସମୟରେ ପିତାମହ ଭୀଷ୍ମ ମଧ୍ୟ ନିଜର ଦେହ ତ୍ୟାଗ କରିବା ପାଇଁ ଏହି ଦିନକୁ କରିଥିଲେ ଚୟନ। ଏହି ଦିନରେ ଦାନର ରହିଛି ବିଶେଷ ମହତ୍ତ୍ଵ। ତେଣୁ କେହି କାହାକୁ ଖାଲି ହାତରେ ଫେରାନ୍ତିନି ଏହି ଦିନ। ଆଜିର ଦିନରେ ରାଶିରେ ପ୍ରସ୍ତୁତ ପଦାର୍ଥ ଜିନିଷ ଗୁଡ଼ିକୁ ଶୁଭ  ବୋଲି ହୋଇଥାଏ ବିବେଚିତ । ମକର ସଂକ୍ରାନ୍ତି ଦିନ କ୍ରୋଧ ବର୍ଜନ କରିବାର ରହିଛି ଏକ ପ୍ରାଚୀନ ପରମ୍ପରା । ଏହି ଦିନ ଗଛ ବୃକ୍ଷ ମଧ୍ୟ କାଟିବାକୁ କରାଯାଇଥାଏ ବାରଣ।

ଏସବୁ ସହିତ, ମକର ସଂକ୍ରାନ୍ତି ଦିନ ଜପ, ତପ, ଦାନ, ସ୍ନାନ, ଶ୍ରାଦ୍ଧ, ତର୍ପଣ ଆଦିର ରହିଛି ବିଶେଷ ମହତ୍ୱ। କୁହାଯାଏ ଯେ ଏହି ଦିନ ଦିଆଯାଇଥିବା ଦାନ ଦ୍ୱାରା ଶହେ ଗୁଣ ବଢ଼ି ଯାଇଥାଏ ପୁଣ୍ୟ ଫଳ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ପ୍ରବେଶ କରିଥାନ୍ତି ମକର ରାଶିରେ। ସୌର ଗଣନା ଅନୁସାରେ ସଂକ୍ରାନ୍ତିକୁ ମାସର ପ୍ରଥମ ଦିନ ହିସାବରେ ହୋଇଥାଏ ବିବେଚିତ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ କ୍ରମଶଃ ଗମନ କରନ୍ତି ମକର ରାଶିକୁ। ଏହି ଦିନଠାରୁ ଆରମ୍ଭ ହୋଇଥାଏ ସୂର୍ଯଙ୍କର ଉତ୍ତରାୟଣ ପରିକ୍ରମା । ଏହି ପର୍ବକୁ ଫସଲ ଅମଳ ଓ କୃଷକଙ୍କ ଏକ ଗୁରୁତ୍ୱପୂର୍ଣ ଉତ୍ସବ ହିସାବରେ ହୋଇଥାଏ ପାଳିତ । ସେଥିପାଇଁ ଆଜିର ପବିତ୍ର ଉତ୍ସବ ଅବସରରେ କୃଷକ ଭଲ ଫସଲ ହାସଲ କରି ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରିଥାନ୍ତି ଚାଷିକୂଳ ।