ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ୫ ମହାବଳ ବାଘ ଆସିବେ ଓଡ଼ିଶା

Aug 15, 2024 - 13:33
 0  2
ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ୫ ମହାବଳ ବାଘ ଆସିବେ ଓଡ଼ିଶା

ସେପ୍ଟେମ୍ବର ଶେଷ ସୁଦ୍ଧା ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ୫ ମହାବଳ ବାଘ ଆସିବେ ଓଡ଼ିଶା । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦ। ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡ଼ାଯିବ । ପିସିସିଏଫ୍‌‌ କହିଛନ୍ତି ଯେ ଓଡ଼ିଶାକୁ ମହାବଳ ବାଘ ଦେବାକୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ସରକାରଙ୍କୁ କରାଯାଇଥିଲା ଅନୁରୋଧ । ଦୁଇ ସରକାର ବାଘ ଦେବାକୁ ହୋଇଛନ୍ତି ରାଜି । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମହାବଳ ବାଘ ଓଡ଼ିଶା ଆସିବେ ବୋଲି ପିସିସିଏଫ୍‌‌ କହିଛନ୍ତି । ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍‌‌ ମହାବଳ ଆଣିବାକୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶକୁ ଯିବେ । ଦେବ୍ରିଗଡ ଜଙ୍ଗଲରେ ବାଘ ଛଡାଯିବା ପରେ ଗାଁ ଗଣ୍ଡାକୁ ନଯିବା ଲାଗି ସୋଲାର ଫେନ୍ସିଂ ହେବ ।

What's Your Reaction?

like

dislike

love

funny

angry

sad

wow