ମାଆର ଗଳା କାଟି ହତ୍ୟା କରିଲେ ଦୁଇ ପୁଅ।

Sep 14, 2024 - 13:27
 0  5
ମାଆର ଗଳା କାଟି ହତ୍ୟା କରିଲେ ଦୁଇ ପୁଅ।

ମାଆର ଗଳା କାଟି ହତ୍ୟା କରିଲେ ଦୁଇ ପୁଅ। ଘଟଣାଟି ଘଟିଛି କଟକ ମହାନଦୀ ବିହାରରେ । କଟକ ମହାନଦୀ ବିହାରର ସେକ୍ଟର-୨ ରେ ଜଣେ ବୃଦ୍ଧାଙ୍କର ଦୁଇ ପୁଅ କୌଣସି କଥାକୁ ନେଇ ତାଙ୍କୁ ଛୁରୀରେ କରିଥିଲେ ଆକ୍ରମଣ। ପେଟରେ ଛୁରୀ ଭୁଷିବା ସହିତ ଗଳା ମଧ୍ୟ କାଟି ଦେଇଛନ୍ତି ଦୁଇ ପୁଅ । ମହିଳାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଚାଉଳିଆ ଗଞ୍ଜ ଥାନାକୁ ଦେଇଥିଲେ ଖବର। ପୋଲିସ ଘଟଣା ସ୍ଥଳରେ ପହଁଚି ମହିଳାଙ୍କ ମୃତ ଦେହକୁ କରିଛି ଜବତ। ଅନ୍ୟପକ୍ଷରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ। ମହିଳାଙ୍କ ଦୁଇ ପୁଅ ମାନସିକ ବିକୃତ ଥିବା ବେଳେ ପୋଲିସ  ଆରମ୍ଭ କରିଛି ତଦନ୍ତ। 

What's Your Reaction?

like

dislike

love

funny

angry

sad

wow