ମେଲବର୍ଣ୍ଣରେ ନୀତିଶଙ୍କ ଜଲୱା

ବର୍ଡର ଗାଭାସ୍କର ଟ୍ରଫିରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ।ଏହି ମ୍ୟାଚରେ ଦେଖିବାକୁ ମିଳିଛି ନୀତିଶ ରେଡ୍ଡିଙ୍କ ଜଲୱା।ସେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ କରିଛନ୍ତି ହାସଲ। ଆଜି ମ୍ୟାଚର ତୃତୀୟ ଦିନ, ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୩୫୦ ରନରୁ ଅଧିକ ରନ କରିଛି ।ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ଆରମ୍ଭ କରିଥିଲା ବ୍ୟାଟିଂ। କଙ୍ଗାରୁ ଦଳ ଦମଦାର ବ୍ୟାଟିଂ କରି କରିଥିଲା ୪୭୪ ରନ। ଦଳ ପକ୍ଷରୁ ଷ୍ଟିଭ ସ୍ମିଥ ୧୪୦, ଲାବ୍ରୁସଚେଞ୍ଜ ୭୨, ସାମ କୋନଷ୍ଟାସ ୬୦, ଉସମାନ ଖ୍ବାଜା କରିଥିଲେ ୫୭ ରନ। ସେହିପରି ବୁମରାହ ଦୁର୍ଦ୍ଦଶ ବୋଲିଂ କରି ହାସଲ କରିଥିଲେ ୪ ୱିକେଟ। ଭାରତ ତାର ପ୍ରଥମ ପାଳିରେ କରିଛି ୩୫୦ରୁ ଅଧିକ ରନ।
What's Your Reaction?






