ଯେଉଁଠିକୁ ଥରେ ଗଲେ ଫେରେନାହିଁ ମଣିଷ

ଯେଉଁଠିକୁ ଥରେ ଗଲେ ଫେରେନାହିଁ ମଣିଷ

ଦୁନିଆରେ ରହିଛି ଅନେକ ରହସ୍ୟମୟ ଆଇଲାଣ୍ଡ , ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅଛି ଅନେକ ରହସ୍ୟ, ଯାହାକୁ କେହି ଜାଣନ୍ତି ନାହିଁ। ଯିଏ ଏଠାକୁ ଯାଏ ସେ ଜୀବନ୍ତ ଫେରି ଥାଏ।ପୋଭେଗଲିଆ ଆଇଲାଣ୍ଡର ଇତିହାସ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଚତୁର୍ଦ୍ଦଶ ଶତାବ୍ଦୀରେ ଯେତେବେଳେ ମହାମାରୀ ଆରମ୍ଭ ହେଲା, ଏହି ଦ୍ୱୀପଟି ମହାମାରୀରେ ପୀଡିତ ଲୋକଙ୍କୁ ପୃଥକ କରିବା ପାଇଁ ବ୍ୟବହୃତ ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଏଠାକୁ ଅଣାଯାଇ ଜୀବନ୍ତ ଦଗ୍ଧ କରାଯାଇଥିଲା। ସେଥିପାଇଁ ଏହି ଦ୍ୱୀପକୁ ପ୍ଲେଗ ଆଇଲାଣ୍ଡ ମଧ୍ୟ କୁହାଯାଏ।ମହାମାରୀ ପରେ ଏହି ଦ୍ୱୀପ ବହୁ ବର୍ଷ ପର୍ଯ୍ୟନ୍ତ ଖାଲି ରହିଲା। ଊନବିଂଶ ଶତାବ୍ଦୀରେ ଏଠାରେ ଏକ ମାନସିକ ଡାକ୍ତରଖାନା ନିର୍ମାଣ କରାଯାଇଥିଲା। କୁହାଯାଏ ଯେ ଏହି ଡାକ୍ତରଖାନାରେ ରୋଗୀଙ୍କୁ ବହୁତ ଖରାପ ବ୍ୟବହାର କରାଯାଇଥିଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ଅନେକ ଥର ଜୀବନ୍ତ କବର ମଧ୍ୟ ଦିଆଯାଇଥିଲା।କୁହାଯାଏ ଯେ, ମହାମାରୀରେ ମୃତ୍ୟୁବରଣ କରିଥିବା ଏବଂ ମାନସିକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମା ଏହି ଆଇଲାଣ୍ଡରେ ବୁଲାବୁଲି କରନ୍ତି। ଏହି ଦ୍ୱୀପ ପରିଦର୍ଶନ କରୁଥିବା ଲୋକମାନେ ଅଜବ ଘଟଣା ବିଷୟରେ କହିଛନ୍ତି। ଯେପରିକି ତାପମାତ୍ରାରେ ହଠାତ୍ପରିବର୍ତ୍ତନ, ଅଜବ ସ୍ବର ଶୁଣିବା ଏବଂ ଅନ୍ଧାରରେ କାହାକୁ ଦେଖିବା ଭଳି ଅନେକ ଘଟଣା। କୁହାଯାଏ ଯେ, ଏହି ଆଇଲାଣ୍ଡ ପରିଦର୍ଶନ କରୁଥିବା ଅନେକ ଲୋକ ଅସୁସ୍ଥ ହୋଇଯାଆନ୍ତି କିମ୍ବା ହଠାତ୍ମରିଯାଆନ୍ତି। ଏହି ଦ୍ୱୀପ ସହ ଜଡିତ ଭୟଙ୍କର କାହାଣୀ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ପ୍ୟାରିସ ସରକାର କାହାକୁ ବି ଏହି ଆଇଲାଣ୍ଡ ପରିଦର୍ଶନ କରିବାକୁ ବାରଣ କରିଛନ୍ତି।