ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଆଜି ବିଧାନସଭାରେ ନାମାଙ୍କନ ଭରିଛନ୍ତି ସୁଜିତ।ବିଜେଡିର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ପଦ ପାଇଁ ଏବେ ବିଜେପି ପକ୍ଷରୁ ଭରିଛନ୍ତି ନାମାଙ୍କନ । ସେପ୍ଟେମ୍ବର ୭ ତାରିଖରେ ସୁଜିତ ରାଜ୍ୟସଭା ସାଂସଦ ପଦରୁ ଦେଇଥିଲେ ଇସ୍ତଫା । ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ଏହାର କିଛି ସମୟ ପରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ। ଇସ୍ତଫା ଦେବାର ଘଣ୍ଟାଏ ପରେ ବିଜେପିରେ ସାମିଲ ହୋଇଥିଲେ ସୁଜିତ କୁମାର।
What's Your Reaction?






