ରାଶିଫଳ

ରାଶିଫଳ
ମେଷ
ଆଜି କେନ୍ଦ୍ର ସ୍ଥାନରେ ରବିଙ୍କ ସ୍ଥିତି କର୍ମକ୍ଷେତ୍ରକୁ ନିରାପଦ କରିବା ସହ ପାରିବାରିକ ଶାନ୍ତି ପ୍ରଦାନ କରିବ। ଦ୍ୱାଦଶସ୍ଥ ଶୁକ୍ର କୌଶଳ ପ୍ରୟୋଗ ମାଧ୍ୟମରେ ଅର୍ଥାଗମନର ରାସ୍ତା ଉନ୍ମୁକ୍ତ କରି ବିଳାସ ବ୍ୟସନରେ ବ୍ୟୟ କରିବେ। 
ବୃଷ
ଗତକାଲିର ବାକି ପଡ଼ିଥିବା କାମକୁ ଆଜି ପୂରାଦମରେ କରିବା ସକାଶେ ନିଷ୍ପତ୍ତି ନେବେ। ବ୍ୟବସାୟ ଓ ପରିବହନରେ ଉନ୍ନତମାନର ଫଳ ପାଇପାରନ୍ତି। ସ୍ନାୟବିକ ଦୁର୍ବଳତା ଜନିତ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
 ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବା ସାଙ୍ଗକୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ହେତୁ ମାନସିକ ସ୍ଥିତି ଠିକ୍‌ ରହିବ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବା ସହ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
କର୍କଟ
 ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଓଲଟା ଫଳ ପାଇବାର ଆଶଙ୍କା ରହିଛି। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ପରିବହନ ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
 କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଅପରାହ୍ନ ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କଳା, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତାରୁ ସୁଫଳ ମିଳିବ।
କନ୍ୟା

ଝିନଝଟ୍‌ ମଧ୍ୟରେ ପରିବାର ଓ କର୍ମକ୍ଷେତ୍ରର ଅସଜଡ଼ା କାମକୁ ସଜାଡ଼ି ନେବେ। ସଭାସମିତିରେ, ଆନୁଷ୍ଠାନିକ କାମରେ, ଅଫିସିଆଲି ଆଲୋଚନାରେ ସମୟ କାଟିବାକୁ ପଡ଼ିପାରେ। ଶୁକ୍ର ହେତୁ ଅର୍ଥ ସଂଗ୍ରହରେ ତପତ୍ରତା କିମ୍ବା ତିର୍ଥାଟନ କଥା ଚିନ୍ତା କରିପାରନ୍ତି। ରାଜନୀତି, ସାହିତ୍ୟ, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ସୁଯୋଗ ଜୁଟିବ।
ତୁଳା

ପୁରୁଣା ସମସ୍ୟାର ତୁଳନାତ୍ମକ ବିଚାର କରି କର୍ମାରମ୍ଭ ସକାଶେ ମନ ବଳାଇବେ। ବହୁତ ଦିନରୁ ମନେ ମନେ ଭାବୁଥିବା ଦ୍ରବ୍ୟଲାଭରୁ ଖୁସି ହେବେ। ଶନି ଓ ଚନ୍ଦ୍ର ସଂଯୋଗଜନିତ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ସଭାସମିତି, ଚୁକ୍ତିପତ୍ର, ଫାଇଲ୍‌ କାମ, ସଂଗଠନ, ରାଜନୀତି ଓ ମାଲିମକଦ୍ଦମାରେ ସଫଳତା ଅର୍ଜନ କରିବେ।
ବିଛା
ଆଜି ରବି କେନ୍ଦ୍ରସ୍ଥ ଯୋଗୁ ଆପଣ ନିର୍ଦ୍ଦିଷ୍ଟ ସମୟରେ ହାତକୁ ନେଇଥିବା କାମଟକୁି ପୂର୍ଣ୍ଣାଙ୍ଗ କରିପାରିବେ। ବ୍ୟବସାୟ କ୍ଷେତ୍ରରେ ଦୃଢ଼ ମନୋବଳ ନେଇ କାମ କରି ଲକ୍ଷ୍ୟ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। 
ଧନୁ
ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା ଧିମା ଗତିରେ ବଢ଼ିବ। ସତ୍ୟ ଭାଷଣରୁ ନିବୃତ୍ତ ନ ରହିଲେ ସମସ୍ୟାର ସମ୍ମୁଖୀନ ହେବେ। ଦୂରଯାତ୍ରା ପ୍ରସ୍ତୁତି କରିବେ, କିନ୍ତୁ ଯୋଜନା ବିଗିଡ଼ିଯିବା ଆଶଙ୍କା ରହିଛି।
ମକର
ସହକର୍ମୀଙ୍କ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ସହାୟତାରେ ସଭା ସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ, ନିର୍ମାଣ, କଚେରି ମାମଲା, ପ୍ରଭୃତି ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।
କୁମ୍ଭ
 ଆବଶ୍ୟକତା ପୂରଣରେ ଅସମର୍ଥତା ଏବଂ ଆର୍ଥିକ ଦୁରବସ୍ଥା ଦୁଶ୍ଚିନ୍ତାର କାରଣ ହୋଇପାରେ। ପଡ଼ୋଶୀଙ୍କ ମାଧ୍ୟମରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଆମଦାନୀ କାରବାର ଏବଂ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ।
ମୀନ
 କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟହାସଲ କରିବାର ଆଶା ରହିଛି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ସାମୟିକ ମନକୁ ଭାରାକ୍ରାନ୍ତ କରି ରଖିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ପ୍ରଶଂସିତ ହେବେ।