ମେଷ
ଶୁକ୍ରଙ୍କ ଶୁଭ ସମ୍ବନ୍ଧରୁ ଯାତ୍ରା, ବନ୍ଧୁମିଳନ, ବ୍ୟବସାୟିକ କ୍ଷେତ୍ର ଭଲ ରହିବ। ଶନି ରାଶ୍ୟାଧିପ ମଙ୍ଗଳଙ୍କୁ ଅବଲୋକନ କରୁଥିବାରୁ ଅସୁସ୍ଥତାର ଆଶଙ୍କା ରହିଛି। ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ବୃଷ
ମୁଖଭାବରେ ଏକାଧିକ ଗ୍ରହ ଆପଣଙ୍କ ଅପ୍ରିୟ ସତ୍ୟଭାଷଣକୁ କଣ୍ଠରୋଧ କରିପାରିବେ ନାହିଁ। ବହୁ ଦିନ ହେଲା ଅଟକିରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ, ନୃତ୍ୟ, ସଙ୍ଗୀତ, ଭାଷଣ ଓ ପ୍ରବଚନରୁ ପ୍ରଶଂସିତ ହେବେ।
ମିଥୁନ
ବନ୍ଧୁଙ୍କ ମାଧ୍ୟମରେ ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲକରିବେ। ପାରିବାରିକ ସମ୍ପର୍କ ହାନି ଚିନ୍ତାର କାରଣ ହେବ। ଆରଦ୍ରା ନକ୍ଷତ୍ରର ସଂଯମର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍ମଜଞ୍ଜାଳ ବୃଦ୍ଧି ହେତୁ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇପାରେ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ସହମତିର ଅଭାବ ଫଳରେ ସିଦ୍ଧାନ୍ତରେ ଉପନୀତହେବା କଷ୍ଟକର ହେବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବନାହିଁ।
ସି˚ହ
ଆଜିର ପ୍ରତ୍ୟୁଷ ଯାତ୍ରା, କାର୍ଯ୍ୟାରମ୍ଭ, ସଭାସମିତି, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ସଫଳତା ପାଇବେ। ବାଣିଜ୍ୟ, ପରିବହନ, ଆଲୋଚନା, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ସଫଳ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ଜାହିରକରି ସମାଲୋଚିତ ହେବେ। ସାହିତ୍ୟ, ସାମ୍ବାଦିକତା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
କୌଣସି ଗୁଜବ ମନକୁ ଚହଲାଇଦେବା ସାଙ୍ଗକୁ ସମ୍ପର୍କୀୟଙ୍କ ଅସହଯୋଗ ଦୁଃଖ ବଢ଼ାଇବ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପରିବାରର ଖର୍ଚ୍ଚ ବଢ଼ିଯିବାରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ କିମ୍ବା କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ପ୍ରିୟଜନଙ୍କ ଅନୁପସ୍ଥିତିରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
ବିଛା
ଆଜି ଯେତେ ସୁବିଧା ପାଇଲେ ମଧ୍ୟ ସନ୍ତୁଷ୍ଟ ହୋଇପାରିବେ ନାହିଁ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
କୌଣସି ଅସୁବିଧା ନ ଥାଇ ମଧ୍ୟ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇପାରେ। ମୂଳା ନକ୍ଷତ୍ର ଦରକାରୀ ଜିନିଷ ଅନ୍ୟକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ନୂତନ ସ୍ଥାନ ଭ୍ରମଣ କରିବେ।
ମକର
ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବ। ସଭାସମିତି, ପ୍ରଶାସନ, ପ୍ରକାଶନ, ସାମ୍ବାଦିକତା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ପ୍ରଭୃତି ପାଇଁ ଦିନଟି ମନ୍ଦ ନୁହେଁ।
କୁମ୍ଭ
ଉତ୍ତରଭାଦ୍ରପଦ ପାଇଁ ସାମାନ୍ୟ ଅସୁବିଧାକୁ ବାଦ୍ ଦେଲେ ଦିନଟି ଭଲରେ କଟିବ। ପରିବାରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମୀନ
ବନ୍ଧୁମିଳନ, ସହଯୋଗ ଭିତ୍ତିରେ କାର୍ଯ୍ୟସାଧନ, ଦେବଦର୍ଶନ ଭ୍ରମଣ, ପର୍ଯ୍ୟଟନାଦି ପାଇଁ ସ୍ମରଣୀୟ ଦିନଟିଏ।କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି, ବ୍ୟବସାୟରେ ଉନ୍ନତି, ମାଲିମକଦ୍ଦମାରେ ସଫଳତା ଓ ଗଣମାଧ୍ୟମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତିର ସୂଚନା ରହିଛି।