ରାଶିଫଳ

କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ସଫଳତା ପାଇବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ। ବାଣିଜ୍ୟ କିମ୍ବା ନୂତନ ଯୋଜନାରମ୍ଭ ସକାଶେ ମୋଟାଅଙ୍କର ଅର୍ଥ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
ଆଲୋଚନାର ଶେଷ ପର୍ଯ୍ୟାୟରେ କୌଣସି ବ୍ୟକ୍ତିଙ୍କ ଦୁଷ୍ଟବୁଦ୍ଧିର ନିଷ୍ପତ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେବ। ବ୍ୟବସାୟରେ ସମସ୍ୟା ହେତୁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ କାର୍ଯ୍ୟ ସାଧନ କରିବେ।
ବୃତ୍ତି, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା, ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କୌଣସି ବ୍ୟକ୍ତିଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମ କରିବା ପୂର୍ବରୁ ତାହାର ଭଲମନ୍ଦ ଦିଗକୁ ନଜର ଦେବା ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
କୌଣସି ବନ୍ଧୁ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍ କାମ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି।
କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କଲେ ସମାଲୋଚିତ ହେବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଗୃହନିର୍ମାଣ, କର୍ମାରମ୍ଭ, ତଥା ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ସାହିତ୍ୟ, ଗବେଷଣା ପ୍ରଭୃତିରେ ସମ୍ମାନିତ ହେବେ।
ଅର୍ଥର ଅଭାବକୁ ଜଣେ ସହକର୍ମୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବେ। ପିଲା ମାଡ଼ଗୋଳକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ।
ସ୍ବାସ୍ଥ୍ୟ ସମସ୍ୟା, ଅବହେଳିତ କାମ, ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ଭୁଲ୍ ବୁଝାମଣାରୁ ଅସ୍ଥିରତା ସୃଷ୍ଟି ସୂଚନା ରହିଛି। ଲେଖା ପଢ଼ାରୁ, କଳା, ସାହିତ୍ୟ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଓ ପାରିବାରିକ ସ୍ତରରେ ସବୁ ଠିକ୍ ରହିବ।
ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍, କଳା, କ୍ରୀଡ଼ା ପାଇଁ ଦିନଟି ଭଲ। ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଅସୁବିଧାରେ ପଡ଼ିବେ।
ସଭାସମିତିରେ ବୟସ୍କଙ୍କ ନିକଟରୁ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସହ ଆଲୋଚନା, ପରୀକ୍ଷାରେ ପିଲାଙ୍କ ସଫଳତାଜନିତ ମନ ପ୍ରଫୁଲ୍ଲ ରହିବ। ସହକର୍ମୀଙ୍କ ଏକଜିଦିଆ କାର୍ଯ୍ୟକଳାପଜନିତ ଦୌରାମତ୍ୟ ଅସହ୍ୟ ହୋଇପାରେ।
ଗତକାଲିର ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଏଣେ କହିପାରୁ ନ ଥିବେ କିମ୍ବା ସହି ପାରୁ ନ ଥିବେ, ଏହି ପରିସ୍ଥିତିରୁ ମନ ଗୋଳମାଳିଆ ରହିବ। ଜମିଜମା, ଯାନବାହନ, ବ୍ୟବସାୟ ସମସ୍ୟା ଜଟିଳ ରହିବ।
What's Your Reaction?






