ରାଶିଫଳ

ରାଶିଫଳ
ମେଷ
 କୃତ୍ତିକା ନକ୍ଷତ୍ର ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। କଠୋର ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ତଥାପି ସମାଧାନ ସକାଶେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ମୃଗଶିରା ନକ୍ଷତ୍ର କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ମିଥୁନ
ଆର୍ଦ୍ରା ନକ୍ଷତ୍ର ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ବାଧ୍ୟବାଧକତାରେ ଅନିଚ୍ଛା ସତ୍ତ୍ୱେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବହୁତ ଦିନରୁ ରହିଥିବା ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
କର୍କଟ
 ଅଶ୍ଳେଷା ନକ୍ଷତ୍ର ସକାଶେ ଈର୍ଷାପରାୟଣ ବ୍ୟକ୍ତି ଗୋଡ଼ଟାଣି ଅପଦସ୍ଥ କରିବାର ମଉକା ଖୋଜିପାରନ୍ତି। ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ, ମାତ୍ର ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କନ୍ଦଳ ସୃଷ୍ଟି ହୋଇପାରେ।
ସି˚ହ
ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହେବାର ଆଶଙ୍କା ଦେଖାଦେବ। ଆଲୋଚନା ପରିସରରେ ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ନିଜର ଦକ୍ଷତା ହେତୁକ ପ୍ରଶଂସା ପାଇପାରନ୍ତି।
କନ୍ୟା

ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସୁବିଧା ସୁଯୋଗ ହାସଲ କରି କାମ କରିବା ପାଇଁ ଅନୁକୂଳ ସୁଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ପରୋକ୍ଷଶତ୍ରୁତା କାରଣରୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାରୁ ବନ୍ଧୁ ପ୍ରଶଂସା କରିବେ।
ତୁଳା

ଆଜି ପରିବାରରେ ବାକ୍‌ସଂଯମ କରିପାରିଲେ ଉପକୃତ ହେବେ। ଚିତ୍ରା ନକ୍ଷତ୍ର ଚେଷ୍ଟାକରୁଥିବା କାମଟିକୁ ଶେଷ କରିପାରିବେନି। ଏଥିପାଇଁ କୈଫିୟତ ଦେବାକୁ ପଡ଼ିପାରେ। ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପର କାରଣ ପାଲଟିଯିବ। ବିଶିଷ୍ଟ ବ୍ୟକ୍ତିଙ୍କ ବାହୁଛାୟାତଳେ ଆଶ୍ରୟନେବା ହେତୁ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ବିଛା
ପ୍ରତିବନ୍ଧକ ଲାଗି ରହିବା ଯୋଗୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ। ଅନୁରାଧା ନକ୍ଷତ୍ରର ବକେୟା ପାଇବାକୁ କେନ୍ଦ୍ରକରି କଳହ କିମ୍ବା ସମସ୍ୟା ଉପୁଜିପାରେ। ସ୍ବାର୍ଥସାଧନ ଆଶା ନ ଦେଖି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। 
ଧନୁ
 କେତେକ ବିବାଦୀୟ ପରିବେଶର ପରିଣାମ ବିଷୟରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ। ନିଜ ଚତୁଃପାର୍ଶ୍ୟସ୍ଥ ନିମ୍ନବର୍ଗର ବ୍ୟକ୍ତିବିଶେଷ ବିରୁଦ୍ଧାଚରଣ କରିପାରନ୍ତି। ପରିବାରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
 ହଠାତ୍‌ ପରିବାରରୁ କେହି ଅସୁସ୍ଥ ହେବା କାରଣରୁ ସାମୟିକ ଦୁଶ୍ଚିନ୍ତା ବଢ଼ିପାରେ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ପୁନଶ୍ଚ ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଶ୍ରବଣା ନକ୍ଷତ୍ର ଆଜି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
କୁମ୍
 ଅନ୍ଧକାର ମଧ୍ୟରେ ଆଶାର ଆଲୋକ ଦେଖିପାରନ୍ତି। ଶତଭିଷା ନକ୍ଷତ୍ର ପାରିବାରିକ କ୍ଷେତରେ ମଧ୍ୟ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଆନୁଷ୍ଠାନିକ କାମ, ସଭାସମିତି, କଳା, ସାହିତ୍ୟ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ।
ମୀନ
 ରେବତୀ ନକ୍ଷତ୍ରର ପରିବାର ଭିତରେ ଘଟିଯାଉଥିବା ଘଟଣା ଗୁଡିକ ଅସାଧାରଣ ମନେହେବ। ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କର ବିଚଳିତ ରହିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।