ରାଶିଫଳ

Jul 1, 2024 - 13:05
 0  7
ରାଶିଫଳ
ମେଷ

 ବିରୋଧ କରୁଥିବା ବ୍ୟକ୍ତି ନୀରବ ସମର୍ଥନ ଦେଇ କାମରେ ସାହାଯ୍ୟ କରିବେ। ବନ୍ଧୁଙ୍କ ପରାମର୍ଶରେ କର୍ମାରମ୍ଭ ସକାଶେ ପୁଞ୍ଜିବିନିଯୋଗ କରିପାରନ୍ତିି। କଳା, ସାହିତ୍ୟ, ସଙ୍ଗୀତ, ସଭାସମିତି ଓ ସଂଗଠନ କ୍ଷେତ୍ରରେ ପ୍ରଶଂସିତ ହେବ।
ବୃଷ

 ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ। ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ।
ମିଥୁନ

ଶୁକ୍ରଙ୍କ କୃପାରୁ ଆଜି ଯେଉଁ ନିଷ୍ପତ୍ତି ନେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। କିନ୍ତୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ହଠାତ୍‌ ନିଜର ମତ ବଦଳାଇ ଅସହଯୋଗ କରିପାରନ୍ତି। ପୂର୍ବନିର୍ଦ୍ଧାରିତ ପ୍ରକାରେ ଘରେ ବନ୍ଧୁ ମିଳନ ସାଙ୍ଗକୁ ଆମୋଦ ପ୍ରମୋଦର ସୁଅ ଛୁଟିବ।
କର୍କଟ

ରାଶିରେ ବୁଧ କର୍ମସ୍ଥ ମଙ୍ଗଳଙ୍କ ଦୃଷ୍ଟିରେ ଥିବାରୁ ଭ୍ରାତୃ ସମ୍ପର୍କ ଦୃଢ଼ ରହିବ। ପରିବାରରେ ଶାନ୍ତି ଅବ୍ୟାହତ ରହିବ। ସବୁ କଥାରେ ନରମିଗଲେ ସୁଫଳ ପାଇବେ। ପ୍ରକୃତ ଘଟଣା ନ ବୁଝି ପଡୋଶୀ କିମ୍ବା ସହକର୍ମୀ ମିଥ୍ୟାରୋପ ଲଗାଇ ପାରନ୍ତି। 
ସି˚ହ

ଧନାଧିପ ଦ୍ୱାଦଶସ୍ଥ ଯୋଗୁ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିପାରନ୍ତି। ଏକାଦଶରେ ରବି ସହ ଶୁକ୍ର ଥିବା କାରଣରୁ ଆପଣଙ୍କ ବିଜୟ ଲାଭ ଅବଶ୍ୟମ୍ଭାବୀ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। 
କନ୍ୟା

ଅଷ୍ଟମସ୍ଥ ମଙ୍ଗଳ ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ ମତପାର୍ଥକ୍ୟ ହୋଇପାରେ। ନିଜ ଲୋକ ପଛରେ ବହୁତ କଥା କହୁଥିବା ଶୁଣି ଖରାପ ଲାଗିପାରେ। ଶନିଙ୍କ ହେତୁ ଆଇନର ସହାୟତା ପାଇବେ ଓ ମାଲିମକଦ୍ଦମାରେ ରାୟ ସପକ୍ଷରେ ଯିବାର ସୂଚନା ରହିଛି। 
ତୁଳା

ନୀରବତା ଅନ୍ତର୍ଦ୍ୱନ୍ଦ୍ୱର କାରଣ ହେଲେ ମଧ୍ୟ ସମସ୍ୟା ସମାଧାନର ମାଧ୍ୟମ ହେବ। ସମ୍ପର୍କୀୟଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା

ସମସ୍ୟା ରହିଲେ ମଧ୍ୟ ଦୁଃସ୍ଥିତି ସୁଧୁରି ଯିବ, ଯାହାର ଝଲକ ଆଜି ପାଇଯିବେ। କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ

ରବି ଓ ଶୁକ୍ର ରାଶିକୁ ଦେଖୁଥିବାରୁ ସବୁ ସୁବିଧା ଥିଲେ ମଧ୍ୟ କୌଣସି ଜିନିଷ ହାତମୁଠାରୁ ଖସି ଯାଇପାରେ। ଆପଣଙ୍କ କୃତିତ୍ୱ ଲୋକ ପ୍ରିୟତାକୁ ବୃଦ୍ଧି କରିବା ଦିଗରୁ ଊଣା ହେବନାହିଁ। ନୂତନ କାମର ପରିକଳ୍ପନା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା କରିପାରନ୍ତି। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର

 ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ।
କୁମ୍ଭ

 ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ। ଏଣେ ଅଫିସ୍‌ରେ ମଧ୍ୟ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରିବା ଦ୍ୱାରା ସମାଲୋଚିତ ହୋଇପାରନ୍ତି।
ମୀନ

 ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଆଜି ଆପଣଙ୍କ କଥା ଓ କାମରେ ସମସ୍ତଙ୍କୁ ଖୁସି କରାଇବାରେ ସମର୍ଥ ହେବେ। ଦିନ ଭିତରେ ଅର୍ଥଲାଭ, ସମ୍ମାନ, ବନ୍ଧୁତ୍ୱଲାଭର ସୂଚନା ପୂର୍ଣ୍ଣମାତ୍ରାରେ ଦେଖାଦେବ।

What's Your Reaction?

like

dislike

love

funny

angry

sad

wow