ରାଶିଫଳ

Apr 5, 2025 - 10:30
 0  5
ରାଶିଫଳ
ମେଷ
ଦୁଃସ୍ଥାନରେ ଗ୍ରହଯୁଦ୍ଧ ଯୋଗୁ ଯାତ୍ରା, ଅର୍ଥ ସମ୍ପର୍କ, ପାରିବାରିକ ବ୍ୟତିକ୍ରମ ଦେଖାଦେଇପାରେ।ଣାଧିପ ରବି ଅଷ୍ଟମସ୍ଥ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସହିତ ଭୁଲ୍‍ ବୁଝାମଣାର ଆଶଙ୍କା ରହିଛି। ଅଟକି ରହିଯାଇଥିବା କାର୍ଯ୍ୟ ତ୍ୱରାନ୍ବିତ ହେବାରେ ଚନ୍ଦ୍ରଙ୍କ ଦୃଷ୍ଟି ସାହାଯ୍ୟ କରିବ। 
ବୃଷ
 ଘର ତିଆରି, ଯାନ ମରାମତି, ଦୋକାନର ଉନ୍ନତୀକରଣ ଓ ସଭାସମିତି କ୍ଷେତ୍ରରୁ ଉପକୃତ ହେବେ। ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍‍ କିଛି ମାତ୍ରାରେ ଲାଗିରହିବ। ନିଜ ସହ ଭଲ ସମ୍ପର୍କ ରଖୁନଥିବା ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ସହକର୍ମୀ, ଭାଇ କିମ୍ବା ପଡ଼ୋଶୀଙ୍କ ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଯାହା କରିବେ ଅବଶ୍ୟ କ୍ଷତି ହେବନି,ମାତ୍ର ଏକ ସଂଘର୍ଷମୟ ପରିସ୍ଥିତିର ସାମ୍‍ନା କରିବାକୁ ପଡ଼ିବ।
କର୍କଟ
 ମଙ୍ଗଳଙ୍କ ଦୁର୍ବଳତାରୁ ପ୍ରତ୍ୟେକ କ୍ଷେତ୍ରରେ ପଛେଇ ରହିବେ। ସମ୍ମୁଖରେ ନ କହି ପଛରେ କେହି ସମାଲୋଚନା କରିବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ପାଇବେ। ଶନିଙ୍କ ଦୁଷ୍ପ୍ରଭାବରୁ କଚେରି ମାମଲା ମନ୍ଥର ହୋଇପାରେ ା
ସି˚ହ
ବୁଧଙ୍କ ପ୍ରଭାବରେ ବନ୍ଧୁ ବିରୋଧୀ ହେବେ ଏବଂ ଅର୍ଥ ସଂକଟ ଲାଗି ରହିପାରେ। ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ବିବାଦରୁ ଦୂରେଇ ରହିବା ଭଲ ହେବ।
କନ୍ୟା
 ହାତରେ ଧନ ନଥିଲେ ମଧ୍ୟ କୌଣସି ଆବଶ୍ୟକତା ଅପୂରଣୀୟ ରହିବନାହିଁ। ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ପ୍ରକାଶନ, ପ୍ରଶାସନ, ରଚନାତ୍ମକ କ୍ଷେତ୍ରରେ ଶୁଭଫଳ ପାଇବାର ଆଶା ରହିଛି।
ତୁଳା
 ଅସୁସ୍ଥତା ଅନୁଭବ କଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ସାହିତ୍ୟ, ପ୍ରଶାସନ, ସଭାସମିତି, ସାମ୍ବାଦିକତା ଓ ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ। ଚିତ୍ରା ନକ୍ଷତ୍ରର ସବୁ ସୁବିଧା ଥିଲେ ମଧ୍ୟ ଅବହେଳା କାରଣରୁ ସୁଯୋଗ ହରାଇବେ।
ବିଛା
କୌଣସି ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ଧନୁ
 ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ଅବଶ୍ୟ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ। ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତତା ହେତୁ ଶାରୀରିକ ସୁସ୍ଥତା ବ୍ୟାହତ ହୋଇପାରେ। ପରିବାରରେ ନିଜର ମନୋଭାବକୁ ହଠାତ୍‍ ପ୍ରକାଶ କରିବା ଠିକ୍‍ ହେବନାହିଁ।
ମକର
 ଅର୍ଥଲାଭ, କାର୍ଯ୍ୟସିଦ୍ଧି, ପାରିବାରିକ ସୌଖ୍ୟ ଓ ମିତ୍ରମାନଙ୍କ ସମାଗମରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବୈବାହିକ ସମ୍ପର୍କ ପରିପ୍ରେକ୍ଷୀରେ ନୂତନ ବନ୍ଧୁସମ୍ପର୍କ ସ୍ଥାପନ ହେବା କାରଣରୁ ଖୁସି ରହିପାରନ୍ତି।
କୁମ୍ଭ
 ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ ଓ ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ ଅବଶ୍ୟମ୍ଭାବୀ। ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିବେ। ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ ଅନ୍ୟଥା ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ିବ।
ମୀନ
 ବାଣିଜ୍ୟ, ପରିବହନ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। ରାଜନୀତି ଓ ସାଂଗଠନିକ ସ୍ତରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଚାପର ସମ୍ମୁଖୀନ ହେବେ। ସଭାସମିତିରେ ସଫଳତା ହାସଲ କରିବେ କିନ୍ତୁ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ।

What's Your Reaction?

like

dislike

love

funny

angry

sad

wow