ରାଶିଫଳ

Jun 29, 2024 - 12:47
 0  2
ରାଶିଫଳ
ମେଷ

ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ସନ୍ତାନ, ଉଚ୍ଚଶିକ୍ଷା, ଆଲୋଚନା, ସଭାସମିତି ପ୍ରଭୃତି ଚିନ୍ତାଜନକ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ।
ବୃଷ

 ଅପରାହ୍ନେ ପ୍ରିୟଜନଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ ହେବ। ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପରିବହନ ସମସ୍ୟା ବହୁଳ ହୋଇପାରେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ।
ମିଥୁନ

ସହକର୍ମୀଙ୍କ ସାହାଯ୍ୟ ନେଇ ଆରମ୍ଭ କରିଥିବା କାର୍ଯ୍ୟ ହାସଲରେ ସମର୍ଥ ହେବେ।  ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ

ଭୁଲ୍‌ ବୁଝାମଣା କାରଣରୁ ବୃଥା ସନ୍ଦେହ ଜନିତ ସାଧାରଣ କଥାରେ କଳହ ଘଟିବାର ଆଶଙ୍କା ରହିଛି। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀଭୂମିକା ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ସି˚ହ

ଅର୍ଥସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପାଇବା କଷ୍ଟକର ହେବନାହିଁ। ଆଲୋଚନା ପରିସରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବ।
କନ୍ୟା

ଶିଳ୍ପ, ସଙ୍ଗୀତ ସମାରୋହ, ସାମ୍ବାଦିକତା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ଜମିଜମା ବିବାଦ କିମ୍ବା ଋଣଗ୍ରସ୍ତ ସାଙ୍ଗକୁ କରଜଦାତାଙ୍କ ଚାପ ଚିନ୍ତା ବଢ଼ାଇବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ।
ତୁଳା

 କ୍ରନିକ୍‌ ରୋଗପୀଡ଼ା ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା କଷ୍ଟକର ହେବ। ତଥାପି ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ।
ବିଛା

ଅର୍ଥ ସମ୍ପର୍କୀୟ କାମରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ବୃଥାଶଙ୍କା ଓ ଅସ୍ଥିରତା ଜନିତ କର୍ମକ୍ଷେତ୍ରର ଘଟଣାଗୁଡ଼ିକ ଅସାଧାରଣ ମନେ ହେବ। ପାରିବାରିକ ସ୍ତରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
ଧନୁ

ଦେବଗୁରୁଙ୍କ ପୃଷ୍ଠଦେଶରେ ପାପଯୁକ୍ତ ଅଷ୍ଟମାଧିପ ହେତୁ ସମ୍ପର୍କୀୟ ଚାହିଁଲେ ମଧ୍ୟ ଅନିଷ୍ଟ କରିପାରିବେ ନାହିଁ। ପୂର୍ବାଷାଢ଼ା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହେବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ମହିଳା କାମ ହାସଲରେ ସମର୍ଥ ହେବେ।
ମକର

ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧିରୁ ଅଶାନ୍ତ ରହିପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ବିବାଦର ଆଶଙ୍କା କରୁଥିବା ଘଟଣାରେ ସେମିତି କିଛି ହେବ ନାହିଁ।
କୁମ୍ଭ

ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କଲେ ଅସୁବିଧାରେ ପଡ଼ିବେ। ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନ

ପ୍ରତ୍ୟେକ ଦିଗରେ ଶୁଭଫଳ ପ୍ରଦାନ ସକାଶେ ଆଜିର ଅନୁକୂଳ ଗ୍ରହସ୍ଥିତି ରହିଛି। କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସଭାସମିତି କ୍ଷେତ୍ର୍ରରେ ଉପକୃତ ହେବେ। ଜମିଜମା ସମ୍ବନ୍ଧୀୟ କେତେକ କାଗଜପତ୍ର୍ରକୁ କେନ୍ଦ୍ରକରି ଯୁକ୍ତିତର୍କର ସୂଚନା ରହିଛି।

What's Your Reaction?

like

dislike

love

funny

angry

sad

wow