ମେଷ
ଭୁଲ୍ ବୁଝାମଣା କାରଣରୁ ଆମତ୍ୀୟ ଖପ୍ପା ହୋଇପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ପୂର୍ବବତ୍ ଚାଲୁରହିବ। ସମ୍ପର୍କୀୟଙ୍କ ସାହାଯ୍ୟ, ଆର୍ଥିକ ଉନ୍ନତି, ବନ୍ଧୁମିଳନ ପାଇଁ ସୁଯୋଗର ସମ୍ଭାବନା ରହିଛି।
ବୃଷ
ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡ଼ିବାରୁ ଦୁଃଖ ପ୍ରକାଶ କରିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଯୋଗଦେବା ସକାଶେ ଆହୂତ ହୋଇପାରନ୍ତି।
ମିଥୁନ
ପାରିବାରିକ କ୍ଷେତ୍ରରେ ବୁଝାମଣାରେ କାମକଲେ ଉପକୃତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ କାମ ହାସଲ କଷ୍ଟକର ହୋଇପଡ଼ିବ। ଆଧ୍ୟାମତ୍ୟ ବାତାବରଣ ମଧ୍ୟରେ ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିପାରେ।
କର୍କଟ
ବନ୍ଧୁମିଳନ, ନୂତନ ସମ୍ପର୍କ, ଉଚ୍ଚସମ୍ମାନ ପ୍ରାପ୍ତିଜନିତ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅତୀତ ସମସ୍ୟାର ସମୀକ୍ଷାକରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନବଳାଇବେ ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ଆଜି ଯେମିତି ଚାହୁଁ ଛନ୍ତି ଠିକ୍ ସେହିଭଳି କାମ ସମ୍ପନ୍ନ ହେବାରେ ମଘାର କୌଣସି ଅସୁବିଧା ରହିବ ନାହିଁ। ସାମାନ୍ୟ ବଚସାରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟିହୋଇପାରେ। ତଥାପି ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା କର୍ମକ୍ଷେତ୍ରରେ ସାହାଯ୍ୟ କରିବାର ସୂଚନା ରହିଛି।
କନ୍ୟା
ଚେଷ୍ଟା କରୁଥିବା କାମ ସକାଶେ ସୁବିଧା ସୁଯୋଗ ସହକର୍ମୀ କିମ୍ବା ପଡ଼ୋଶୀଙ୍କଠାରୁ ପାଇପାରିବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମଧ୍ୟ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦ୍ୱିଗୁଣିତ ହେବା କ୍ଷେତ୍ରରେ ନିଜର ଅବହେଳା ହିଁ ମୁଖ୍ୟ କାରଣ ହୋଇପାରେ।
ତୁଳା
ଆମତ୍ୀୟଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣାଇନେବେ। ବ୍ୟବସାୟରେ ମନାନ୍ତର ଦେଖାଦେଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ।
ବିଛା
ଆଜି ପ୍ରତ୍ୟେକ କାମ ନିର୍ବିଘ୍ନରେ ସମାପନ ହେବା ସହ ଆଶା ଓ ଅଭିଳାଷ ପୂରଣ ହେବ। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ସଫଳ ହେବେ। ଆନୁଷ୍ଠାନିକ କ୍ଷେତରେ ସାମୂହିକ ସମସ୍ୟାର ସମାଧାନ କରି ପ୍ରଶଂସିତ ହୋଇପାରନ୍ତି।
ଧନୁ
ଭୁଲ୍ ବୁଝାମଣାଜନିତ ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ ଉସତ୍ବ ନିମନ୍ତେ ଅନୁରୋଧପତ୍ର ପାଇ ଆନନ୍ଦିତ ହେବେ। ବ୍ୟବସାୟ ବହୁମୁଖୀ ଆକାର ଧାରଣକରି ଲାଭବାନ୍ ହେବେ।
ମକର
ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବା ସୂଚନା ରହିଛି। କୌଣସି ଅଜଣା ବ୍ୟକ୍ତି ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡ଼ିପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ କିମ୍ବା ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ।
କୁମ୍ଭ
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଅଟକିଥିବା କାମ ଆରମ୍ଭକରିବାକୁ ମନ ବଳାଇବେ। ଖଳଲୋକଙ୍କ ସହ ଯୁକ୍ତିତର୍କକରି ଅସମ୍ମାନିତ ହୋଇ ପାରନ୍ତି। ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧିପାଇବ।
ମୀନ
ଆଜି ହିତୈଷୀ ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିରକରିବେ। ସାମାଜିକ ସ୍ତରରେ ଗଠନମୂଳକ କାଯର୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍ସନ ଲାଗି ରହିଥିଲେ ମଧ୍ୟ ପାରିବାରିକ ଜୀବନ ପ୍ରଭାବିତ ହେବନାହିଁ।