ରାଶିଫଳ

ରାଶିଫଳ
ମେଷ
କୃତ୍ତିକା ନକ୍ଷତ୍ର ମନ ଚାହୁଁ ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଦିଗରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ।
ବୃଷ
 ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ କାମରୁ ଓହରି ଆସି ପାରିବେ ନାହିଁ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ରୋଗପୀଡାରୁ ଦୁଶ୍ଚିନ୍ତାଗ୍ରସ୍ଥ ହୋଇପାରନ୍ତି।
ମିଥୁନ
ଫଳତଃ ସବୁ କାମ ଯଥା ସମୟରେ ଠିକ୍‌ଠାକ୍‌ ହୋଇଯିବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ। କଳା, ସଙ୍ଗୀତ ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିବାର ସୂଚନା ରହିଛି।
କର୍କଟ
ତଥାପି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସହକର୍ମୀଙ୍କ ଜରିଆରେ ପାଇପାରିବେ। ଅଶ୍ଳେଷା ନକ୍ଷତ୍ର ଆକସ୍ମିକ ଆଶା କରୁଥିବା ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ।
ସି˚ହ
 ବନ୍ଧୁଙ୍କ ଫେରିବା ବାଟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ପୂର୍ବନିର୍ଦ୍ଧାରିତ ଯୋଜନାନୁଯାୟୀ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ।
କନ୍ୟା

ପାରିବାରିକ ଅଶାନ୍ତି ଓ ଦୈହିକ ଦୁର୍ବଳତା ମନୋବଳକୁ ହ୍ରାସ କରାଇପାରେ। କିନ୍ତୁ ହସ୍ତା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶିଡି ଚଢିପାରିବେ। ଦୀର୍ଘଦିନ ହେଲା ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ଅପ୍ରିୟ ସତ୍ୟ ଭାଷଣ ପ୍ରଭାବରେ ସଭାସମିତିରେ ବନ୍ଧୁଙ୍କ ସହ ବିରୋଧୀ ହୋଇପାରନ୍ତି।
ତୁଳା

ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଲାଭ କରିବେ। ଆଜିର ଫଳପ୍ରଦ ଯାତ୍ରା, ଗୃହଭୂମି ଲାଭ, ପ୍ରତିଯୋଗିତାରେ ସଫଳତା କରିବାର ଆଶା ରହିଛି। ଚିତ୍ରା ନକ୍ଷତ୍ରର କେତେକ ଘରୋଇ କଥା ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାର ସୁଯୋଗ ହାତଛଡା ହେବ। ନିର୍ମାଣ କାର୍ଯ୍ୟରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ବିଛା
 ଅସହିଷ୍ଣୁ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଅଭିଯୋଗ ମନକୁ ହଲ୍‌ଚଲ୍‌ କରିଦେବ। ବିଶାଖା ନକ୍ଷତ୍ର ସକାଶେ ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହିତ ଅଧିକାଂଶ ସମୟ ଆଳାପରେ କଟାଇବେ।
ଧନୁ
 ନୂତନ ଗୃହ, ଯାନବାହନ, ବନ୍ଧୁ ସମ୍ପର୍କରେ ଉନ୍ନତି ମାନସିକ ସ୍ଥିତିକୁ ଦୃଢୀଭୂତ କରିପାରେ। ସାମ୍ବାଦିକତା, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ।
ମକର
 ଶ୍ରବଣା ନକ୍ଷତ୍ର ଆଜି ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ସୂଚନା ରହିଛି। ଆତିଥ୍ୟ ଗ୍ରହଣ ପୂର୍ବକ ବସ୍ତ୍ରଭୂଷଣ ପ୍ରାପ୍ତ ହୋଇପାରେ। ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
ଯେତେ ଚେଷ୍ଟା କଲେ ମଧ୍ୟ ବିରୋଧୀ ଶକ୍ତିର ପ୍ରାଦୁର୍ଭାବ ଆପଣଙ୍କ ଉପରେ କୌଣସି କୁପ୍ରଭାବ ପକାଇପାରିବ ନାହିଁ। ଆଜିର ଯାତ୍ରା, ପ୍ରଶାସନ, ଆଇନ କ୍ଷେତ୍ର ମନ୍ଦ ହେବନି। ପୂର୍ବରୁ କୌଣସି ସୂଚନା ନ ଦେଇ ପ୍ରିୟ ବନ୍ଧୁ ଘରକୁ ଆସିପାରନ୍ତି।
ମୀନ
 ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କାଟିପାରନ୍ତି। ଗୁରୁପାକ ଦ୍ରବ୍ୟ ଭୋଜନଜନିତ ସ୍ବାସ୍ଥ୍ୟହାନି ଘଟିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଭଲ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।