ରାଶିଫଳ

ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇ ଯିବେ। ଜମିବାଡି କ୍ରୟ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ପ୍ରଶାସନିକ କ୍ଷେତ୍ରରେ ନିଷ୍ପତ୍ତି ଓଲଟ ପାଲଟ ହୋଇଯିବାର ଆଶଙ୍କା ରହିଛି। ଆଇନ ସହାୟତା ଲାଭପୂର୍ବକ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଗବେଷଣା, ଅନୁସନ୍ଧାନ, ପ୍ରଶାସନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ପିଲାଙ୍କ କଳହକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଘରର ବରାଦ ଅନୁଯାୟୀ ଗୃହୋପକରଣ କ୍ରୟ କରିବାକୁ ପଡିପାରେ। ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିଶେଷରେ ନାସ୍ତିବାଣୀ ଶୁଣାଇବାରୁ ସମ୍ପର୍କହାନି ଘଟିବ।
ସରଳ ବିଶ୍ୱାସର ବଶବର୍ତ୍ତୀ ହୋଇ କୌଣସି ଭୁଲ କରିପାରନ୍ତି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ମହିଳାମାନେ ସମସ୍ୟାବହୁଳ ଭାବରେ ଦିନଟିକୁ ଅତିବାହିତ କରିବେ।
ଦୈହିକ ସୁସ୍ଥତା ଥିଲେ ମଧ୍ୟ କେତେକ ଅପୂରଣୀୟ କାମନା ମନକୁ ବିବ୍ରତ କରାଇବ। ଲେଖାପଢାରୁ, କଳା, ସାହିତ୍ୟରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ। ଯାତ୍ରା ସମୟରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ।
କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି। ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇବେ କିମ୍ବା ସହକର୍ମୀଙ୍କ ସହ ହୃତସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ।
ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ, ମାତ୍ର ତାହା ଅସ୍ଥାୟୀ ଭଳି ମନେକରିପାରନ୍ତି। ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ। ଆର୍ଥିକ ସ୍ଥିତି ପୂର୍ବବତ୍ ରହିବ କିନ୍ତୁ କାମ ଅଟକିବ ନାହିଁ।
What's Your Reaction?






