ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ

Mar 10, 2025 - 13:14
 0  1
ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ

ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ।ନ୍ୟୁଜିଲାଣ୍ଡକୁ ଓ୍ବିକେଟରେ ମାତ ଦେଇ ଭାରତ ୧୨ ବର୍ଷ ପରେ ନିଜ ନାଁରେ କରିଛି  ଚାମ୍ପିୟନ୍ସ ଟ୍ରଫି।ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା ।ଫାଇନାଲ ମ୍ୟାଚରେ ଭାରତକୁ ବିଜୟୀ ଦେବାରେ ରୋହିତ ଶର୍ମା ନିଭାଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା।ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ନେଇଥିଲା ବ୍ୟାଟିଂ ନିଷ୍ପତ୍ତି। ଓପନିଂ ଯୋଡି ଭଲ ଆରମ୍ଭ କରିଥିଲେ ବି କରିପାରିନଥିଲେ ବଡ ସ୍କୋର ୫୭ ରନରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଥମ ଶିକାର ହୋଇଥିଲେ ଓ୍ୱିଲ ୟଙ୍ଗ ।ଡାରିଏଲ ମିଚେଲ ୬୩, ମାଇକେଲ ବ୍ରାସଓ୍ୱେଲ ୫୩, ରଚିନ ରବିନ୍ଦ୍ର ୩୭ ଗ୍ଲେନ ଫିଲିପ୍ସ କରିଥିଲେ ୩୪ ରନ ।ଫଳରେ ଦଳ ୫୦ ଓଭରରେ ଓ୍ୱିକେଟ ହରାଇ ୨୫୧ ରନ କରିବାରେ ହୋଇଥିଲା ସଫଳ। ୨୫୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦନାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କରିଥିଲା ଭଲ ପାର୍ଟନରସିପ । ରୋହିତ ଶର୍ମା, ଗିଲଙ୍କ ଯୋଡି ଆଗେଇ ନେଇଥିଲେ ଦଳୀୟ ସ୍କୋରକୁ ।ଏହି ମ୍ୟାଚରେ ରୋହିତ ଶର୍ମା ୭୬, ଶ୍ରେୟାସ ଆୟର ୪୮, କେଏଲ ରାହୁଲ ୩୪ ଶୁଭମନ ଗିଲ କରିଥିଲେ ୩୧ ରନ।ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଓଭର ବାକି ଥାଇ ଓ୍ବିକେଟରେ ଜିତିନେଇ, ନିଜ ନାଁରେ କରିଛି ଚାମ୍ପିୟନ୍ସ ଟ୍ରଫି।

What's Your Reaction?

like

dislike

love

funny

angry

sad

wow