ପ୍ରଧାନମନ୍ତ୍ରୀ ମୋଦି ଦେଖିଲେ ‘ଦ ସାବରମତି ରିପୋର୍ଟ’

Dec 3, 2024 - 11:44
 0  1
ପ୍ରଧାନମନ୍ତ୍ରୀ ମୋଦି ଦେଖିଲେ ‘ଦ ସାବରମତି ରିପୋର୍ଟ’

ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଛନ୍ତି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ । ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଦେଖିଛନ୍ତି ଏହି ଚଳଚ୍ଚିତ୍ର। ଏନେଇ କରାଯାଇଥିଲା ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା। ଏହି ଅବସରରେ ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସି ମଧ୍ୟ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା, ସମାଜ ଏବଂ ବ୍ୟକ୍ତିଗତ ସଂଘର୍ଷକୁ ଗତିଶୀଳ କରିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ ଏବଂ ଏହାକୁ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧ୍ରା ଘଟଣାର ସତ୍ୟତା ଏବଂ ଗଣମାଧ୍ୟମର ଭୂମିକା ଉପରେ ଆଧାରିତ ହୋଇଛି ଫିଲ୍ମ ‘ଦ ସାବରମତି ରିପୋର୍ଟ’।

What's Your Reaction?

like

dislike

love

funny

angry

sad

wow