ଲକ୍ଷ୍ନୌଠାରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କରିଛି ଲକ୍ଷ୍ନୌ

ଲକ୍ଷ୍ନୌଠାରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କରିଛି ଲକ୍ଷ୍ନୌ

ଲକ୍ଷ୍ନୌଠାରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କରିଛି ଲକ୍ଷ୍ନୌ ଲକ୍ଷ୍ନୌ ପକ୍ଷରୁ ରଖାଯାଇଥିବା ୨୦୪ ରନ ଲକ୍ଷ୍ୟ ଜବାବରେ ମୁମ୍ବାଇ ୧୯୧  ରନ କରିପାରିଥିଲା ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୬୭ ରନ କରିଥିବାବେଳେ ନମନ ଧୀର କରିଥିଲେ ୪୬ ରନ। ସେହିପରି ତିଳକ ବର୍ମା ୨୫ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା କରିଥିଲେ ୨୮ ରନ। ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଇଥିଲା ନିଷ୍ପତ୍ତି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ଓ୍ବିକେଟ ହରାଇ ୨୦୩ ରନ କରିଥିଲା ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ମିଚେଲ ମାର୍ସ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୧ ବଲରେ ୬୦ ରନ କରିଥିଲେ ସେହିପରି ଆଇଡେନ ମାର୍କରାମ୍ ୩୮ ବଲରେ ୫୩ ରନ କରିଥିଲେ ଆୟୁଷ ବାଦୋନି ୩୦ ରନ କରିଥିବାବେଳେ ଡେଭିଡ୍ ମିଲର କରିଥିଲେ ୨୭ ରନ। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଭାବୀ ବୋଲିଂ କରି ନେଇଥିଲେ ଓ୍ବିକେଟ ସେହିପରି ବିଘ୍ନେଶ ପୁଥୁର, ଟ୍ରେଣ୍ଟ ବୋଲ୍ଟ ଅଶ୍ବିନୀ କୁମାର ନେଇଥିଲେ ଗୋଟିଏ ଲେଖାଏଁ ଓ୍ବିକେଟ