ସୂର୍ଯ୍ୟକୁମାର ଯାଦବ ହୋଇଛନ୍ତି  ବିରାଟ କୋହଲି ସମକକ୍ଷ

ସୂର୍ଯ୍ୟକୁମାର ଯାଦବ  ହୋଇଛନ୍ତି  ବିରାଟ କୋହଲି ସମକକ୍ଷ

ଭାରତୀୟ ଟି୨୦ ଟିମ୍‌ର ସ୍ଥାୟୀ ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଯାଦବ ବିରାଟ କୋହଲି ଅନ୍ତର୍ଜାତୀୟ ଟି୨୦ରେ କରିଥିବା ଏକ ବିଶ୍ୱ ରେକର୍ଡର ହୋଇଛନ୍ତି  ସମକକ୍ଷ। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ସେ ୨୬ ବଲ୍‌ରେ ୫୮ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୮ ଚୌକା ଏବଂ ୨ ଛକା ମାରିଥିଲେ। ତାଙ୍କ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ୭ ଉଇକେଟ ହରାଇ ୨୧୩ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ୧୭୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା।ତେବେ ଟିମ୍‌ ଇଣ୍ଡିଆର ବିଜୟ ପରେ ସୂର୍ଯ୍ୟକୁମାରଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ଭାବେ ବିବେଚିତ କରାଯାଇଥିଲା। ଏଥିସହ ସେ କୋହଲିଙ୍କ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଥର ମ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡକୁ ଭାଙ୍ଗିଥିଲେ। କୋହଲି କ୍ୟାରିୟରରେ ୧୨୫ ମ୍ୟାଚ୍‌ରେ ୧୬ ଥର ପ୍ଲେୟାର ଅଫ ଦ ମ୍ୟାଚ୍‌ ହୋଇଥିବା ବେଳେ ସୂର୍ଯ୍ୟକୁମାର ୬୯ତମ ମ୍ୟାଚ୍‌ରେ ଏହାକୁ ହାସଲ କରିନେଇଛନ୍ତି।ସେହିଭଳି ସୂର୍ଯ୍ୟକୁମାର ଅଷ୍ଟମ ଥର ଲାଗି ଭାରତର ଅଧିନାୟକତ୍ୱ କରିଥିବା ବେଳେ ଦଳକୁ ଷଷ୍ଠ ବିଜୟ ଦେଇଛନ୍ତି। ଏଥିସହ ସେ ଭାରତ ଲାଗି ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ବିଜୟ ହାସଲ କରିଥିବା ଅଧିନାୟକଙ୍କ ତାଲିକାରେ ପ୍ରତିଶତ ଦୃଷ୍ଟିରୁ ଦ୍ୱିତୀୟରେ ପହଞ୍ଚିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୬୨ ମ୍ୟାଚ୍‌ରୁ ୪୯ରେ ବିଜୟ ହାସଲ କରିଛି। ତାଙ୍କ ବିଜୟ ପ୍ରତିଶତ ୭୯.୮୩ ଥିବା ବେଳେ ସୂର୍ଯ୍ୟକୁମାରଙ୍କ ବିଜୟ ପ୍ରତିଶତ ୭୫ ରହିଛି।