ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ

Jun 8, 2024 - 12:39
 0  3
ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ

ଆଫଗାନିସ୍ତାନ ଦଳ ବିସ୍ଫୋରକ ଢଙ୍ଗରେ ଏହାର ଟି-୨୦ ବିଶ୍ୱକପ ୨୦୨୪ ଅଭିଯାନ ଆରମ୍ଭ କରିଛି।  ପ୍ରଥମ ମ୍ୟାଚରେ ଉଗାଣ୍ଡାକୁ ହରାଇ ଦଳ ବଡ ବିଜୟ ହାସଲ କରିଥିଲା। କିନ୍ତୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଉପରେ ଏକ ଧମାକାଦାର ବିଜୟ ସହ ଇତିହାସ ସୃଷ୍ଟି କରି ଦଳ କ୍ରିକେଟ୍‌ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଫଗାନିସ୍ତାନ ଟି-୨୦ କ୍ରିକେଟରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। କେବଳ ଏତିକି ନୁହେଁ, ଟି-୨୦ ବିଶ୍ୱକପରେ ଏହି ଦଳକୁ ସବୁଠୁ ବଡ଼ ପରାଜୟ ଦେବା ଦଳ ହୋଇପାରିଛି।ଗୁଏନାରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପାଇଁ ଉଭୟ ଓପନର୍‌ ରହମାନୁଲ୍ଲା ଗୁରୁବାଜ ପୁଣିଥରେ ଜବରଦସ୍ତ ଇନିଂସ ଖେଳିଥିଲେ। ଗୁରୁବାଜ ୮୦ ରନ ସଂଗ୍ରହ କରି ଜାଦ୍‌ରାନଙ୍କ ସହ ୧୦୩ ରନର ଭାଗିଦାରୀ ଖେଲିଥିଲେ। ଓପନିଂ ଯୋଡିଙ୍କ ଧମାକାଦାର ଶତକୀୟ ସହଭାଗିତା ଯୋଗୁଁ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ୧୬୦ ରନ୍‌ର ଟାର୍ଗେଟ ଦେଇଥିଲା। କିନ୍ତୁ କିୱି ଦଳ ମାତ୍ର ୭୫ ରନ କରି ଆଉଟ ହୋଇଯାଇଥିଲା।ଆଫଗାନିସ୍ତାନର ବୋଲିଂ ସାମ୍ନାରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେମାନେ ସମ୍ପୂର୍ଣ୍ଣ ୨୦ ଓଭର ମଧ୍ୟ ଖେଳି ପାରିନଥିଲେ। ମାତ୍ର ୧୫.୨ ଓଭରରେ ଦଳ ସମସ୍ତ ୱିକେଟ୍‌ ହରାଇ ପାଭିଲିଅନ୍‌ ଫେରିଥିଲା।ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡକୁ ୮୪ ରନ୍‌ର ବ୍ୟବଧାନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଟି-୨୦ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ରନ୍‌ ବ୍ୟବଧାନର ପରାଜୟ । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ରସିଦ ଖାନ୍‌ ଭାରି ପଡ଼ିଥିଲେ। ରସିଦ୍‌ଙ୍କ ବଲ୍‌କୁ ସମ୍ନା କରିନପାରି ଦଳ ସମସ୍ତ ୱିକେଟ୍‌ ହରାଇଥିଲା ।

What's Your Reaction?

like

dislike

love

funny

angry

sad

wow