ଟି-୨୦ ବିଶ୍ବକପ୍‌ର ୨୫ତମ ମ୍ୟାଚ୍‌ରେ ଭାରତ ଏବଂ ଆମେରିକା ମୁହାଁମୁହିଁ

Jun 13, 2024 - 14:59
 0  1
ଟି-୨୦ ବିଶ୍ବକପ୍‌ର ୨୫ତମ ମ୍ୟାଚ୍‌ରେ  ଭାରତ ଏବଂ ଆମେରିକା ମୁହାଁମୁହିଁ

ଟି-୨୦ ବିଶ୍ବକପ୍‌ର ୨୫ତମ ମ୍ୟାଚ୍‌ରେ ଗ୍ରୁପ୍-ଏ ରେ ଭାରତ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଅଧିନାୟକ ମୋନାଙ୍କ ପଟେଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି। ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ରୋହିତ ଶର୍ମା (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ବିରାଟ କୋହଲି , ସୂର୍ଯ୍ୟକୁମାର ଯାଦବ , ଶିବମ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଅକ୍ଷର ପଟେଲ , ଜସପ୍ରୀତ ବୁମ୍ରା , ଅର୍ଶଦୀପ ସିଂ , ମହମ୍ମଦ ସିରାଜ , ଯୁଜବେନ୍ଦ୍ର ଚହଲ , ସଞ୍ଜୁ ସାମସନ୍ ପ୍ରମୁଖ ଅଛନ୍ତି।

What's Your Reaction?

like

dislike

love

funny

angry

sad

wow