ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ
ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ । ଗୀତରେ ଦେଖିବାକୁ ମିଳିଛି ସିନେମା ମୁଖ୍ୟ କଳାକାର ଆଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦାନାଙ୍କ ଚମକ୍ରାର ଅଭିନୟ। ରିଲିଜ ହେବା ପରେ ଦର୍ଶକଙ୍କ ଗହଣରେ ବେଶ ଲୋକପ୍ରିୟତା ସାଉଁଟିଛି ଗୀତ ଅଙ୍ଗାରୋରିଲିଜ ଅପେକ୍ଷାରେ ଥିବା ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁ ଦ ରୁଲର ନୂଆ ଗୀତ ରିଲିଜ ହୋଇଛି । ରୋମାଟିଂକ ସଙ୍ଗର ଟାଇଟେଲ ରହିଛି ଅଙ୍ଗାରୋ । ଆଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦାନାଙ୍କ ପୁଣିଥରେ ନୂଆ ରୂପରେ ଫେରିଛନ୍ତି ଦର୍ଶକଙ୍କ ନିକଟକୁ। ଗୀତରେ ଦେଖିବାକୁ ମିଳିଛି କିଛି ଟୁଇଷ୍ଟ।ସୁଟିଂ ସେଟର କିଛି ସିନକୁ ଏଥିରେ ଦିଆଯାଇଛି ସ୍ଥାନ । ଗୀତରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ । ରାକିବ ଆଲମଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଦେବୀଶ୍ରୀ ପ୍ରସାଦ । ଅଗଷ୍ଟ ୧୫ରେ ବଡ ପରଦାରେ ୬ଟି ଭାଷା ସହ ରିଲିଜ ହେବ ପୁଷ୍ପା ଟୁ ଦ ରୁଲ ।ସିନେମାର ପ୍ରଥମ ଭାଗ ବକ୍ସ ଅଫିସରେ ରେକର୍ଡ କରିଥିବାବେଳେ ୨ୟ ଭାଗକୁ ସମାନ ସଫଳତା ଦୋହରାଇବାକୁ ଆଶା ରଖିଛି ଟିମ ପୁଷ୍ପା।
What's Your Reaction?