ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ପଇଡ଼ ପାଣି

Dec 3, 2024 - 13:23
 0  2
ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ପଇଡ଼ ପାଣି

ଜାଣନ୍ତି କି? କେବଳ ଖରା ଦିନରେ ନୁହେଁ ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ପଇଡ଼ ପାଣି, ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ସେପରି ହୁଏନାହିଁ। ଶୀତଦିନେ ପଇଡ଼ ପାଣି ଶରୀରକୁ କେବଳ ଭିତରୁ ଶକ୍ତିଶାଳୀ କରେ ନାହିଁ, ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ବିଶେଷକରି ଶୀତ ଦିନରେ ଲୋକମାନେ ପାଣି ପିଇବାକୁ ଅମଙ୍ଗ ହୁଅନ୍ତି। ଏପରି ସମୟରେ ପଇଡ଼ ପାଣି ଶରୀରକୁ ହାଇଡ୍ରେଟ ରଖିବାରେ  ନିଭାଇଥାଏ ପ୍ରମୁଖ ଭୂମିକା। କେବଳ ଏତିକି ନୁହେଁ,  ଶୀତଦିନେ ଶରୀରକୁ ଏକାଧିକ ଲାଭ ଦେଇଥାଏ ପଇଡ଼ ପାଣି।ଶୀତଦିନେ ରୋଗ ଶୀଘ୍ର ଆକ୍ରମଣ କରେ। ଏହାର ମୁଖ୍ୟ କାରଣ ପ୍ରତିରୋଧ ଶକ୍ତିର ଅଭାବ। ତେଣୁ, ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ପଇଡ଼ ପାଇଁ ହେଉଛି ସର୍ବତ୍କୃଷ୍ଠ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।ଶୀତଦିନେ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ। ଏପରି ସ୍ଥିତିରେ, ଯଦି ଆମେ ପଇଡ଼ ପାଣି ପିଇଥାଉ, ଏହା ଆମ ଚର୍ମକୁ ପ୍ରାକୃତିକ ଭାବରେ ଆର୍ଦ୍ର କରିବାରେ ସାହାଯ୍ୟ କରେ। ପଇଡ଼ ପାଣି ଚର୍ମକୁ ଭିତରରୁ ହାଇଡ୍ରେଟ୍ ରଖେ। ଏହା ଚର୍ମର ପ୍ରାକୃତିକ ଚମକକୁ ବଜାୟ ରଖିବା ସହ ଶୁଷ୍କ ହେବାକୁ ଦିଏନାହିଁ।

What's Your Reaction?

like

dislike

love

funny

angry

sad

wow