ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା
ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା । ଗତକାଲି ଥିଲା ଉଦଯାପନୀ ସନ୍ଧ୍ୟା । ୯ ଦିନ ଧରି ମହାନଦୀ ପଠାରେ ଜମିଥିଲା କିଣାବିକାର ମେଳା ସାଙ୍ଗକୁ ବିଭିନ୍ନ ସାସ୍କୃତିକ ମାହୋଲ। ପ୍ରତିଦିନ ହୋଇଥିଲା ଲକ୍ଷାଧିକ ଲୋକଙ୍କ ସମାଗମ।ପ୍ରତିବର୍ଷ କରି ଚଳିତବର୍ଷ ମଧ୍ୟ ଜମିଥିଲା ବାଲିଯାତ୍ରା। ନାଚଗୀତକୁ, କିଣାବିକାରେ ଉଛୁଳି ଉଠିଥିଲା ମହାନଦୀ ପଠା । ପରିବାର, ସାଙ୍ଗ. ପରିଜନ ସହ ବାଲିଯାତ୍ରା ବୁଲି ଭରପୂର ମଜା ଉଠାଇଥିଲେ ଲୋକେ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିବା ସହ ଯୁବ ପୀଢି ଓ ପିଲାମାନେ ଖେଳିଥିଲେ ଦୋଳି। ଏହାସହ ସୁସ୍ବାଦୁ ଖାଦ୍ଯର ମଜା ନେଇଥିଲେ ଲୋକମାନେ ।ଏଥର ବାଲିଯାତ୍ରାରେ ମୋଟ ୨୫୦ କୋଟିର ହୋଇଛି ବ୍ଯବସାୟ। କେବଳ ଓରମାସରେ ଏକାକୀ ୪୦ କୋଟି ଟଙ୍କାର ବିକ୍ରିବଟା କରିଥିବା କହିଛନ୍ତି କଟକ ଜିଲ୍ଲାପାଳ।
What's Your Reaction?