ସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ

Jul 19, 2024 - 12:41
 0  12
ସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ

ନିଶାସକ୍ତ ସ୍ୱାମୀର ବର୍ବର କାଣ୍ଡ । ସାମାନ୍ୟ ବଚସାରୁ ସ୍ତ୍ରୀ କୁ ପିଟି ପିଟି କଲା ହତ୍ୟା । ସୂଚନା ଅନୁଯାୟୀ  ଶୁକ୍ରବାର ଔପଦା ଥାନା ଚିଞ୍ଛଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁବାର ବିଳମ୍ବିତ ରାତିରେ ଔପଦା ଥାନା ଅନ୍ତର୍ଗତ କମାରପାଳ ଗ୍ରାମର ପାଣ୍ଡୁ ସିଂ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ଜାନୁ ସିଂକୁ ପିଟି ପିଟି ମାରି ଦେଇଥିବା ନେଇ ତାଙ୍କ ଭଉଣୀ ଥାନାରେ କରିଛନ୍ତି ଅଭିଯୋଗ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିବା କଥା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow