ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ
ଜମ୍ମୁ-କାଶ୍ମୀରର କାଠୁଆ ଜିଲାରେ ସୋମବାର ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀମାନେ। ଖବର ପାଇ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି ସେନା ଓ ଜମ୍ମୁ-କାଶ୍ମୀର ପୁଲିସ । ସେନା ଅଧିକାରୀଙ୍କ କହିବା ମୁତାବକ, କାଠୁଆ ଜିଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନା ଗାଡ଼ି ଉପରେ କରିଛନ୍ତି ଆକ୍ରମଣ । ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ଯବାନମାନେ ମଧ୍ୟ ପ୍ରତିଜବାବରେ ଚଳାଇଥିଲେ ଗୁଳି ।
What's Your Reaction?