ଅତ୍ୟଧିକ ଲୁଣ ଖାଇବା ଦ୍ୱାରା  ମାଡି଼ବସେ ଏକାଧିକ ରୋଗ

Jun 20, 2024 - 17:19
 0  1
ଅତ୍ୟଧିକ ଲୁଣ ଖାଇବା ଦ୍ୱାରା  ମାଡି଼ବସେ ଏକାଧିକ ରୋଗ

ଲୁଣ ବିନା ଖାଦ୍ୟ ସ୍ୱାଦହୀନ। କିନ୍ତୁ ସ୍ୱାଦ ପାଇଁ ଯେ ଲୁଣ ହାନିକାରକ, ତାହା ଜାଣି ମଧ୍ୟ ଅନେକ ଅସଚେତନ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଏକାଧିକ ରୋଗ ମାଡି଼ବସେ। ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡରେ ଅତ୍ୟଧିକ ସୋଡିୟମ୍ ଥାଏ। ଅତ୍ୟଧିକ ସୋଡିୟମ ମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା କିଡନୀ, ଗ୍ୟାଷ୍ଟ୍ରିକ୍, କର୍କଟ ଏବଂ ମୋଟାପଣ ଭଲି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ଏନେଇ ବୈଜ୍ଞାନିକଙ୍କ ଅନୁଧ୍ୟାନ କଣ କହୁଛି, ଜାଣନ୍ତୁ...  ଆମେରିକାର ସାନ ଫ୍ରାନ୍ସିସ୍କୋ, କାଲିଫର୍ନିଆ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତିଦିନ ନିର୍ଦ୍ଧାରିତ ପରିମାଣଠାରୁ ଏକ ଗ୍ରାମ ଅଧିକ ଲୁଣ ଖାଇବା ଦ୍ୱାରା ଏକଜିମା ହେବାର ଆଶଙ୍କା 22 ପ୍ରତିଶତ ବଢିପାରେ। ଏଥିରେ ଚର୍ମ ଶୁଷ୍କ ଏବଂ ଫୁଲିଯାଇଥାଏ। ଏହା ସହିତ ଚର୍ମ କୁଣ୍ଡିଆ ରୋଗ ମଧ୍ୟ ହୁଏ।  ଏହି ଅନୁଧ୍ୟାନ ପାଇଁ, 2 ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବିଶ୍ଳେଷଣ କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ 30 ବର୍ଷରୁ 70 ବର୍ଷର ଲୋକ ସାମିଲ ହୋଇଥିଲେ। ସମସ୍ତଙ୍କର ପରିସ୍ରା ପରୀକ୍ଷଣରୁ ଗୋଟିଏ ଦିନରେ ଖାଉଥିବା ଲୁଣର ପରିମାଣକୁ ନେଇ ବିଶ୍ଳେଷଣ କରାଯଇଥିଲା।

What's Your Reaction?

like

dislike

love

funny

angry

sad

wow