ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର

Jun 3, 2024 - 11:48
 0  2
ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର

ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ସୃଷ୍ଟି କରିଛନ୍ତି ଇତିହାସ । ଟି -୨୦ ବିଶ୍ୱକପ୍ ତୃତୀୟ ମ୍ୟାଚ୍ରେ ଓମାନ ପ୍ରଥମେ ବ୍ୟାଟିଂ କରି ସଂଗ୍ରହ କରିଥିଲେ ୧୧୦ ରନ । ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଚମତ୍କାର ବୋଲିଂ କରି ଉଇକେଟ ନେବାରେ ହୋଇଥିଲେ ସଫଳ । ମ୍ୟାଚ୍ରେ ନାମିବ୍ୟା ପାଇଁ ଖୋଲିଥିଲେ ବୋଲିଂ। ଇନିଂସର ପ୍ରଥମ ଓଭରର ପ୍ରଥମ ଦୁଇଟି ବଲରେ ଉଇକେଟ ନେଇ ହୋଇଥିଲା ଧମାକା। ରୁବେନ ଟ୍ରମ୍ପେଲମ୍ୟାନ ପ୍ରଥମେ କାଶ୍ୟପ ପ୍ରଜାପତି () ଏବଂ ପରେ ଓମାନ ଅଧିନାୟକ ଆକିବ ଇଲିୟାସଙ୍କୁ ଆଉଟ୍କରି ପ୍ରଦର୍ଶନ କରିଥିଲେ ନିଜର ଚମତ୍କାର ବୋଲିଂ ।ଏଥି ସହିତ ଯଦିଓ ଟ୍ରମ୍ପେଲମ୍ୟାନ ତୃତୀୟ ବଲରେ ଉଇକେଟ ନେଇପାରି ଥିଲେ ଏବଂ ହ୍ୟାଟ୍ରିକ ଉଇକେଟ ନେବାକୁ ବଞ୍ଚିତ ହୋଇଥିଲେ ହେଁ ବୋଲିଂ ସମୟରେ ଇତିହାସ ସୃଷ୍ଟି କରିଥିଲେ।
ବିଶ୍ୱକପ ମ୍ୟାଚରେ ଦୁଇଥର ଇନିଂସର ପ୍ରଥମ ବଲରେ ଉଇକେଟ ନେଇ ରେକର୍ଡ ରଖିଥିବା ଟ୍ରମ୍ପେଲମ୍ୟାନ ବିଶ୍ୱ କ୍ରିକେଟର ପ୍ରଥମ ବୋଲର ହୋଇଛନ୍ତି। ଏହାପୂର୍ବରୁ ଏହି ନାମିବ୍ୟାବୋଲର ସ୍କଟଲ୍ୟାଣ୍ଡ ବିପକ୍ଷରେ ୨୦୨୧ ଟି-୨୦ ବିଶ୍ୱକପ ମ୍ୟାଚରେ ଏଭଳି ସଫଳତା ହାସଲ କରିଥିଲେ। ଏଥି ସହିତ ଟ୍ରମ୍ପେଲମ୍ୟାନ ମଧ୍ୟ ଦୁନିଆର ପ୍ରଥମ ବୋଲର ଭାବେ ପୁରୁଷ ଟି-୨୦ରେ ପ୍ରଥମ ବଲରେ ଉଇକେଟ ନେଇ ରଖିଛନ୍ତି ରେକର୍ଡ ।

 

What's Your Reaction?

like

dislike

love

funny

angry

sad

wow