କାହାକୁ ମିଳିବ କ୍ୟାପ୍ଟେନ ଦାୟିତ଼୍ବ ?

Jul 17, 2024 - 14:55
 0  5
କାହାକୁ ମିଳିବ କ୍ୟାପ୍ଟେନ ଦାୟିତ଼୍ବ ?

ଭାରତୀୟ କ୍ରିକେଟ୍‌ ଟିମ୍‌ ଚଳିତ ମାସର ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌ ଖେଳିବ । ଏହି ସିରିଜ୍‌ ପାଇଁ ବିିସିସିଆଇ କ୍ୟାପ୍ଟେନ୍‌ କିଏ ହେବେ ସେ ନେଇ କରିବ ଘୋଷଣା। ଗତ ମାସରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟିମ୍‌ ଇଣ୍ଡିଆ ବିଶ଼୍ବକପ୍‌ ବିଜୟ କରିଥିଲା । ଏଥିସହିତ ଆଜି ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ପ୍ଲେଇଁ ସ୍କ଼୍ବାଡ ମଧ୍ୟ ଘୋଷଣା କରିପାରେ ବିସିସିଆଇ। ଗତ ମାସରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟିମ୍‌ ଇଣ୍ଡିଆ ବିଶ଼୍ବକପ୍‌ ବିଜୟ କରିଥିଲା । ଏହି ସମୟରେ କ୍ୟାପ୍ଟେନ୍‌ ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ ସବୁଠାରୁ ଛୋଟ ଫର୍ମାଟ ଟି-୨୦କୁ ଅଲ୍‌ବିଦା କହିଥିଲେ ।ତେବେ ଏହି ଅନ୍ତରାଷ୍ଟ୍ରୀୟ ସିରିଜ ପାଇଁ ଦଳର କ୍ୟାପ୍ଟେନ ରେସ୍‌ରେ ଆଗରେ ରହିଛନ୍ତି ସୂର୍ଯ୍ୟ କୁମାର ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ଏବଂ ସୂର୍ଯ୍ୟ କୁମାର ଟି-୨୦ ବିଶ଼୍ବକପ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ଦଳର ନୂତନ କୋଚ ଭାବେ ଗୌତମ ଗମ୍ଭୀରଙ୍କ ଏହା  ହେବ ପ୍ରଥମ ସିରିଜ୍‌।

What's Your Reaction?

like

dislike

love

funny

angry

sad

wow