୩୬ଜଣଙ୍କୁ ପଛରେ ପକାଇଲେ ଶୁଭମନ ଗିଲ

Jul 18, 2024 - 11:21
 0  14
୩୬ଜଣଙ୍କୁ ପଛରେ ପକାଇଲେ ଶୁଭମନ ଗିଲ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌(ଆଇସିସି) ପକ୍ଷରୁ ଜାରି କରାଯାଇଛି ଟି୨୦ ର଼୍ୟାଙ୍କିଂ। ନିକଟରେ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଟିମ୍‌ ଇଣ୍ଡିଆ ୪-୧ରେ ବିଜେତା ହୋଇଛି। ଏହି ପ୍ରଦର୍ଶନ ଯୋଗୁ ଖେଳାଳିଙ୍କ ର଼୍ୟାଙ୍କିଂରେ ପରିବର୍ତ୍ତନ ହୋଇଛି। ଏହି ସିରିଜରେ ଟିମ୍‌ର ଅଧିନାୟକ ଶୁଭମନ ଗିଲ୍‌ ହୋଇଥିଲେ। ସେ ସବୁଠାରୁ ଅଧିକ ରନ୍‌ ମଧ୍ୟ କରିଥିଲେ। ଏହାକୁ ନେଇ ବ୍ୟାଟ୍ସମ୍ୟାନ୍‌ ର଼୍ୟାଙ୍କିଂରେ ବଡ଼ ଡିଆଁ ମାରିଛନ୍ତି। ସେହିଭଳି ଯଶସ୍ବୀ ଜୈସଓ୍ବାଲ ମଧ୍ୟ ଟପ୍‌-୪ ନିକଟତର ହୋଇଛନ୍ତି। ଶୁଭମନ ଗିଲ୍‌ ବ୍ୟାଟିଂର ଟି୨୦ ର଼୍ୟାଙ୍କିଂରେ ୩୬ଜଣଙ୍କୁ ପଛରେ ପକାଇ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଜୈସଓ୍ବାଲ ଏବେ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଋତୁରାଜ ଗାୟକଓ୍ବାଡ ଗୋଟିଏ ପାହାଚ ଖସି ୮ମ ସ୍ଥାନରେ ପହଞ୍ଚିଛନ୍ତି। ଏହି ର଼୍ୟାଙ୍କିଂରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ ଶୀର୍ଷ ସ୍ଥାନରେ ଅଛନ୍ତି। ସେହିଭଳି ଭାରତର ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

What's Your Reaction?

like

dislike

love

funny

angry

sad

wow