ଟିମ୍‌ ଇଣ୍ଡିଆରୁ ଅଲଗା ହୋଇ କୁଆଡେ ଯାଉଛନ୍ତି ବିରାଟ କୋହଲି

Jan 8, 2025 - 12:12
 0  4
ଟିମ୍‌ ଇଣ୍ଡିଆରୁ ଅଲଗା ହୋଇ କୁଆଡେ ଯାଉଛନ୍ତି ବିରାଟ କୋହଲି

 ଶେଷ ହୋଇଛି ଭାରତର ଅଷ୍ଟ୍ରେଲିଆ ଗସ୍ତ। ଏଣୁ ଯଥାଶୀଘ୍ର ଖେଳାଳିମାନେ ଭାରତ ଫେରିବାକୁ ଚାହୁଁଛନ୍ତି। ଏମିତିରେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଙ୍ଗଳବାର ଅଷ୍ଟ୍ରେଲିଆରୁ ଫେରିବେ। ହେଲେ ବାକି ଖେଳାଳିମାନେ ପରେ ଭାରତ ଆସିବେ। ଦିନକ ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଛାଡ଼ୁଛନ୍ତି। ଦୁଇମାସ ହେଲାଣି ସେ ଅଷ୍ଟ୍ରେଲିଆରେ ଥିବାରୁ ସେ ଭାରତ ଆସୁଛନ୍ତି କି ଲଣ୍ଡନ ଯାଉଛନ୍ତି ତାହା ଉପରେ ଚର୍ଚ୍ଚା ହେଉଛି। କାରଣ ବିରାଟ ନିଜ ପରିବାର ସହ ଲଣ୍ଡନରେ ରହୁଛନ୍ତି। ନିକଟରେ ତାଙ୍କ ପିଲାଦିନର କୋଚ୍‌ କହିଥିଲେ ଯେ ସେ ସେଠାରେ ସବୁଦିନ ଲାଗି ରହିବାକୁ ଯୋଜନା କରୁଛନ୍ତି।ପୂର୍ବରୁ କୁହାଯାଇଥିଲା ଯେ, ଅଷ୍ଟ୍ରେଲିଆରୁ ଫେରିବା ଲାଗି ଖେଳାଳିମାନଙ୍କୁ ଟିକେଟ ମିଳୁନାହିଁ। ସିଡନୀ ଟେଷ୍ଟ ଶୀଘ୍ର ଶେଷ ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କାରଣ ଟେଷ୍ଟ ୩ ରୁ ୭ ଜାନୁଆରୀ ଯାଏ ଖେଳାଯିବାର ଥିଲା। ଏହାକୁ ଧ୍ୟାନରେ ରଖି ଭାରତୀୟ ଖେଳାଳିଙ୍କୁ ୮ ଜାନୁଆରୀରେ ଫେରିବାର ଥିଲା। ଟେଷ୍ଟ ଶୀଘ୍ର ଶେଷ ହେବା ଯୋଗୁ ଖେଳାଳିମାନେ ଶୀଘ୍ର ନିଜ ଦେଶକୁ ଫେରିବାକୁ ଚାହୁଁଥିଲେ। ହେଲେ ଟିକେଟ ଉପଲବ୍ଧ ନ ଥିଲା। କେବଳ ବିରାଟ ଶୀଘ୍ର ଫେରିଥିବା ବେଳେ ଅନ୍ୟମାନେ ସମାନ ତାରିଖରେ ଫେରିବେ।

What's Your Reaction?

like

dislike

love

funny

angry

sad

wow