ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

May 30, 2024 - 12:18
May 30, 2024 - 13:57
 0  4
ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା
ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ତାଙ୍କ ଦଳ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଥିବା ଆସିଛି ନଜର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ସମ୍ପର୍କରେ ଦୁହେଁ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ସାମଜିକ ଗଣମାଧ୍ୟରେ ଏହା ହୋଇଛି ସ୍ପଷ୍ଟ। ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଛନ୍ତି। ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କିଛି ଦିନ ତ‌ଳେ କୁହାଯାଉଥିଲା ଯେ, ଛାଡ଼ପତ୍ର ପରେ ନତାଶା ନେବେ ହାର୍ଦ୍ଦିକଙ୍କ ୭୦ପ୍ରତିଶତ ସମ୍ପତ୍ତି । ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ନତାଶାଙ୍କ ସମ୍ପତ୍ତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।ଜାତୀୟ ଗଣମାଧ୍ୟମ ମୁତାବକ, ନତାଶା ଅଟନ୍ତି ମୋଟ ୨୦କୋଟିର ମାଲିକାଣୀ। ବିବାହ ପୂର୍ବରୁ ନତାଶା ବିଭିନ୍ନ ମ୍ୟୁଜିକ୍ ଭିଡିଓ ଓ ବଲିଉଡରେ ଫିଲ୍ମରେ କାମ କରିଥିଲେ। ହେଲେ ବିବାହ ପରେ ସେ ନିଜକୁ ଦୂରେଇ ଦେଇଥିଲେ ଅଭିନୟଠାରୁ ।ତେବେ ୨ଦିନ ତଳେ ନତାଶା ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ତଥାକଥିତ ପ୍ରେମିକ ଆଲେକ୍ସଜାଣ୍ଡାର୍ ଆଲେକ୍ସଲିକଙ୍କ ସହ ଖାଇବାକୁ ଯାଇଥିବା ବେଳେ ଗଣମାଧ୍ୟମର କ୍ୟାମେରାରେ ହୋଇଥିଲେ କଏଦ। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଛଡ଼ପତ୍ର ଚର୍ଚ୍ଚା ବିଷୟରେ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ପ୍ରଶ୍ନ ଶୁଣିବା ମାତ୍ରେ ଧନ୍ୟବାଦ୍ କହି ସେଠାରୁ ଚାଲି ଯାଇଥିଲେ ନତାଶା।

 

What's Your Reaction?

like

dislike

love

funny

angry

sad

wow