କ୍ୟାଚ ଛାଡିଲେ ରୋହିତ

Feb 21, 2025 - 17:49
 0  2
କ୍ୟାଚ ଛାଡିଲେ ରୋହିତ

 ଗତକାଲି ବାଲାଦେଶ ବିପକ୍ଷ ମ୍ୟାଚରେ ଭାରତ ହାସଲ କରିଛି  ସହଜ ବିଜୟ। ଦଳ ୬ ୱିକେଟରେ ବିଜୟ ହାସଲ କରିବା ସହ ଚାମ୍ପିୟନ୍ସ ଟ୍ରଫିରେ  ଆରମ୍ଭ କରିଛି ଅଭିଯାନ । କିନ୍ତୁ ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଏକ ସହଜ କ୍ୟାଚ ଛାଡିଥିଲେ । ଯେଉଁଥିପାଇଁ ଅକ୍ଷର ପଟେଲଙ୍କ ହାଟ୍ରିକ ୱିକେଟ ପାଇବାରୁ ହୋଇଛନ୍ତି ବଞ୍ଚିତ । ଯାହାକୁ ନେଇ କ୍ରିକେଟ ପ୍ରେମୀ ରୋହିତଙ୍କୁ ସାମାଜିକ ଗଣମାଧ୍ୟମରେ କରୁଛନ୍ତି ସମାଲୋଚନା । ବାଂଲାଦେଶ ବ୍ୟାଟିଂ କରୁଥିବା ବେଳେ ୯ ଓଭରରେ ଦୁଇଟି ୱିକେଟ ନେବା ନରେ ହ୍ରାଟିକ୍ ୱିକେଟ ପାଇଁ ଅକ୍ଷର ବଲ ପକାଇଥିଲେ । ଆଉ ବ୍ୟାଟିଂ କରୁଥିବା ବାଂଲାଦେଶର ଜାକର ଅଲ୍ଲୀ କୌଣସି ରନ କରିନଥିଲେ । ସ୍ଲିପରେ ଜଗିଥିବା ରୋହିତ ପୁରା ସହଜ କ୍ୟାଚ ହାତଛଡା କରିଥିଲେ। ଅକ୍ଷର ପଟେଲ ସହଜ କ୍ୟାଚ ଦେଖି ସେଲିବ୍ରେସନ କରିବାକୁ ଯିବା ପୂର୍ବରୁ କ୍ୟାଚ ଖସାଇଦେଇଥିଲେ ରୋହିତ । ମଜା କଥା ହେଉଛି କାରଣ ଭାରତ ବ୍ୟାଟିଂ କରୁଥିବା ବେଳେ  ଲୋକେଶ ରାହୁଲଙ୍କ ଏକ ସହଜ ମିସ କରିଥିଲେ ଜାକର ଅଲ୍ଲୀ । ଯାହାକୁ ନେଇ ସୋସିଆଲ ମିଡିଆରେ ମେମ୍ସ ଭାଇରାଲ ହେଉଛି।

What's Your Reaction?

like

dislike

love

funny

angry

sad

wow